29.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗପଞ୍ଜାବର ଚାଷୀଙ୍କୁ କିଛି ଶକ୍ତି ଭୁଆଁ ବୁଲାଉଛନ୍ତି : ପ୍ରଧାନମନ୍ତ୍ରୀ

ପଞ୍ଜାବର ଚାଷୀଙ୍କୁ କିଛି ଶକ୍ତି ଭୁଆଁ ବୁଲାଉଛନ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଦେଇଛନ୍ତି । ବିରୋଧୀ ଦଳ ପକ୍ଷରୁ କୃଷି ଆଇନ ପାଇଁ ଉଠିଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି । ସେ କହିଥିଲେ ୨୦୧୪ରେ ଆମେ କୃଷକ ଆଇନରେ ସାମାନ୍ୟ ପରିବର୍ତ୍ତନ କରିଥିଲୁ । ଆମେ ଫସଲ ବୀମା ଯୋଜନାର ଅବଧି ସୀମା ବଢାଇଥିଲୁ । ଯାହାର ଫାଇଦା କୃଷକ ମାନେ ପାଇଛନ୍ତି । ଏହାସହ ସେ କହିଥିଲେ ଯେ, ପଞ୍ଜାବର ଚାଷୀଙ୍କୁ କିଛି ଶକ୍ତି ଭୁଆଁ ବୁଲାଉଛନ୍ତି । ଏମଏସପି ରହିଛି ଓ ରହିବ । ତେଣୁ ଭୁଆଁ ବୁଲାଉଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ ।

ଚାଷୀ ଆନ୍ଦେଳନ କ’ଣ ପାଇଁ ହେଉଛି କେହି କହିଲେନି । ଆନ୍ଦୋଳନର ମୁଖ୍ୟ କାରଣ ଉପରେ ଚର୍ଚ୍ଚା ହେବା କଥା । ଏହି କୃଷି ଆଇନକୁ ନେଇ ବିରୋଧୀ ୟୁଟର୍ନ ନେଇଛନ୍ତି । ଆମେ କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛୁ । ଚାଷୀଙ୍କ ସମସ୍ୟା ଦୂର କରିବା ସହ ଆୟ ବଢାଇବାକୁ ହେବ ।

ଏହା କହି ପ୍ରଧାନମନ୍ତ୍ରୀ ଆନ୍ଦୋଳନରୁ ଓହରି ଯିବା ପାଇଁ ଦେଶର ଚାଷୀଙ୍କୁ ଅପିଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking