19.1 C
Bhubaneswar
Friday, November 22, 2024
Homeଓଡିଶାସାଇକେଲରେ ପୁନେରୁ ଆସିଲେ ଢେଙ୍କାନାଳ

ସାଇକେଲରେ ପୁନେରୁ ଆସିଲେ ଢେଙ୍କାନାଳ

ଢେଙ୍କାନାଳ : କରୋନା ମହାମାରୀ ଯୋଗୁଁ ଏବେ ଲକ୍ଷ ଲକ୍ଷ ପ୍ରବାସୀ ଘରମୁହାଁ ହୋଇଛନ୍ତି । ଏହି କ୍ରମରେ ସୁଦୂର ମହାରାଷ୍ଟ୍ରରୁ ପୁନେ ସହରରୁ ସାଇକେଲ୍ ଯୋଗେ ଜଣେ ଯୁବକ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ତାଳବରକୋଟ ପଞ୍ଚାୟତ ସିଆରିଆ ଗାଁରେ ପହଞ୍ଚିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ସିଆରିଆ ଗ୍ରାମର ଅଭୟ ଜେନାଙ୍କ ସାନପୁଅ ଅନିରୁଦ୍ଧ ଜେନା (ଲିପୁ) ୨୦୦୮ରେ କାମ ପାଇଁ ପୁନେ ଯାଇଥିଲେ । +୨ ପରେ ଆଇଟିଆଇ ଶେଷ କରି ପୁନେର ଆଳନ୍ଦିଫାଟ ନାନୈୱାଡ଼ିରେ ଥିବା ଆମେକ୍ସ ଇଞ୍ଜିନିୟରିଂ କମ୍ପାନୀ କାମ କରୁଥିଲେ । ତାଙ୍କ ଉପାର୍ଜନରେ ପରିବାର ଚଳୁଥିଲେ । ଲକଡାଉନ୍ ଯୋଗୁଁ ଲିପୁ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା । ଅନ୍ୟପକ୍ଷରେ ପାଖରେ ଥିବା ଅର୍ଥ ଏହି ୪୦ ଦିନରେ ଶେଷ ହୋଇଯାଇଥିଲା । ଶେଷରେ ସରକାରୀ ସହାୟତାକୁ ଅପେକ୍ଷା ନକରି କଟକ ଜିଲ୍ଲାର କିଛି ଯୁବକଙ୍କ ସହ ରାଜ୍ୟକୁ ଫେରିବା ପାଇଁ ମନସ୍ତ କରିଥିଲେ । ଅନ୍ୟ ୧୧ ଓଡ଼ିଆ ଯୁବକଙ୍କ ସହ ଲିପୁ ଚଳିତ ମାସ ୧୨ ତାରିଖରେ ଯାତ୍ରାରମ୍ଭ କରିଥିଲେ । ୫ଦିନର ସାଇକେଲ ଯାତ୍ରା ପରେ ଛତିଶଗଡ଼ରେ ପୁଲିସ ସେମାନଙ୍କୁ ଅଟକାଇ ବସ୍‌ରେ ଯିବାକୁ କହିଥିଲା । ମାତ୍ର ବସରେ ସଂକ୍ରମଣ ଆଶଙ୍କା କରି ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ ପରେ ପୁଲିସ ତାଙ୍କୁ ଏକ ଟ୍ରକ୍ ଯୋଗେ ଓଡ଼ିଶା ପଠାଇ ଦେଇଥିଲେ । ସେଠାରୁ ଟ୍ରକ ଯୋଗେ ବରଗଡ଼ ଓ ବରଗଡ଼ରୁ ରାତ୍ରି ପ୍ରାୟ ୯ଟା ସମୟରେ ଲିପୁ ଢେଙ୍କାନାଳରେ ପହଞ୍ଚିଥିଲେ । ଗ୍ରାମରେ ପହଞ୍ଚିବା ପରେ ଏବେ ସେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking