କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ମେଡିକାଲ ୍ଅଫିସର ପଦବୀ ପୂରଣ ପାଇଁ ହୋଇଥିବା ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଯେଉଁଥିରେ ୨୩୯୨ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସରକାରୀ ଡାକ୍ତରଖାନାରେ ମେଡିକାଲ ଅଫିସର ଭାବେ ନିଯୁକ୍ତି ପାଇବେ ।
ଅନ୍ୟପକ୍ଷରେ ୧୮୮ଜଣ ପରୀକ୍ଷାର୍ଥୀ ପ୍ରମାଣପତ୍ର ଯାଞ୍ଚବେଳେ ଅକୃତକାର୍ଯ୍ୟ ହୋଇଛନ୍ତି । ତନ୍ମଧ୍ୟରୁ କିଛି ପ୍ରମାଣପତ୍ର ଯାଞ୍ଚ ସମୟରେ ଅନୁପସ୍ଥିତ ଥିବାବେଳେ ଆଉ କିଛି ଇଣ୍ଟର୍ଣ୍ଣସିପ କରିନଥିବାରୁ ସେମାନଙ୍କୁ ଅକୃତ୍ୟକାର୍ଯ୍ୟ ଘୋଷଣା କରାଯାଇଥିବା (ଓପିଏସସି) ପକ୍ଷରୁ କୁହାଯାଇଛି । ସୂଚନା ଥାଉକି, ଗତ ଅକ୍ଟୋବର ୮ତାରିଖରେ ମେଡିକାଲ ଅଫିସର ପଦବୀ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।