ନୂଆଦିଲ୍ଲୀ : ଆମିର ଲିୟାକତ ଏବେ ଇମ୍ରାନ୍ ଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଙ୍କୁ ପାର୍ଟିର ସାଂସଦ ଆମିର ଲିୟାକତ ଏବେ ଇମ୍ରାନ୍ ଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆମିର ତାଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ଆମିର ଅଭିଯୋଗ କରିଛନ୍ତି ଯେ ଇମ୍ରାନ୍ ଖାନ୍ ଙ୍କ ଯୋଗୁ ହିଁ ତାଙ୍କ ତୃତୀୟ ବିବାହ ନଷ୍ଟ ହୋଇଛି। ଏଥିରେ ଦୁଃଖିତ ହୋଇ ସେ ଇମ୍ରାନ୍ ଖାନ୍ ଙ୍କୁ ଅଭିଶାପ ମଧ୍ୟ ଦେଇଛନ୍ତି ଯେ ତୁମ ସ୍ତ୍ରୀ ବି ତୁମକୁ ଛାଡ଼ି ଚାଲି ଯାଆନ୍ତୁ।ରିପୋର୍ଟ ମୁତାବକ, ଆମିର ଲିୟାକତ ନିକଟରେ ଦାନିୟା ଶାହ ନାମ୍ନୀ ଯୁବତୀଙ୍କୁ ତୃତୀୟ ବିବାହ କରିଥିଲେ। ଗତ କିଛି ଦିନ ତଳେ ଦାନିୟା ଆମିରଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ କରି ଛାଡ଼ପତ୍ର ମାଗିଥିଲେ। ଏସବୁ ମଧ୍ୟରେ ଏବେ ପୂର୍ବ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ରିୟଲ ଇଷ୍ଟେଟ୍ ବିଜନେସ୍ ର ମାଲିକ ରିୟାଜଙ୍କ ମଧ୍ୟରେ ହୋଇଥିବା ଏକ କଥାବାର୍ତ୍ତାର ଅଡିଓ କ୍ଲିପ୍ ଖୁବ୍ ଭାଇରାଲ ହେଉଛି। ଏହି ଅଡିଓ କ୍ଲିପ୍ ମଲିକ ରିୟାଜ ଜର୍ଦ୍ଦାରୀଙ୍କ ଠାରୁ ଇମ୍ରାନ୍ ଙ୍କ ପଦ ବଞ୍ଚାଇବା ପାଇଁ କଥା ବାର୍ତ୍ତା କରୁଥିବା ଦେଖାଯାଇଛି। ଏହି ଅଡିଓ ଶୁଣିବା ପରେ ଏବେ ଆମିର ନିଜ ରିଆକ୍ସନ୍ ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଆମିର ଲିୟାକତଙ୍କ ତୃତୀୟ ପତ୍ନୀ ଦାନିୟା ଶାହ ତାଙ୍କ ଠାରୁ ଛାଡ଼ପତ୍ର ପାଇଁ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ। କୋର୍ଟରେ ଦାନିୟା ସ୍ୱାମୀ ଆମିରଙ୍କ ଉପରେ ଅନେକ ଆରୋପ ଲଗାଇଛନ୍ତି। ଏହା ଦ୍ୱାରା ଆମିର ଖୁବ୍ ଭାଙ୍ଗି ପଡ଼ିଛନ୍ତି। ତାଙ୍କ କହିବାନୁସାରେ, ସେ କେବେ ବି ସ୍ତ୍ରୀଙ୍କ ସହ ଜବରଦସ୍ତି କରି ନାହାନ୍ତି। ତାଙ୍କ ବାହାଘର ଭାଙ୍ଗିବାରେ ଇମ୍ରାନ୍ ସରକାରଙ୍କ ସୂଚନା ମନ୍ତ୍ରୀ ଥିବା ଫବାଦ ଚୌଧୁରୀଙ୍କ ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ଆମିର।