19.1 C
Bhubaneswar
Monday, November 25, 2024
Homeଓଡିଶାଲକ୍ଷ୍ମଣ ରେଖା ଟପିଛି ଅମଲା ତନ୍ତ୍ର: ପୃଥ୍ୱୀରାଜ-‘ପ୍ରଶାସନିକ ଅଧିକାରୀମାନେ ରାଜନୈତିକ ଦଳର ହାତବାରିଶି ନହୁଅନ୍ତୁ’

ଲକ୍ଷ୍ମଣ ରେଖା ଟପିଛି ଅମଲା ତନ୍ତ୍ର: ପୃଥ୍ୱୀରାଜ-‘ପ୍ରଶାସନିକ ଅଧିକାରୀମାନେ ରାଜନୈତିକ ଦଳର ହାତବାରିଶି ନହୁଅନ୍ତୁ’

ଭୁବନେଶ୍ୱର: ଗତକାଲି ଓଡ଼ିଶାର ପ୍ରଶାସନିକ ଅଧିକାରୀମାନେ ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବରେ ଭେଟି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ, ଏହା ଓଡ଼ିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି । ଆମେ ଏହାକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ ।
ଗତକାଲି ମୁଖ୍ୟ ଶାସନ ସଚିବ ଓ ଡ଼ିଜିପିଙ୍କ ସମେତ ଓଡ଼ିଶା ପ୍ରଶାସନିକ ସେବା ସଂଘ, ରେଭେନ୍ୟୁ ସର୍ଭିସ, ମେଡ଼ିକାଲ ସର୍ଭିସ ସଂଘ ତଥା ଅନ୍ୟ ସରକାରୀ ଅଧକାରୀ ବିଜେଡ଼ି ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ, ଯାହା ଓଢ଼ିଶା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଜରୁରୀକାଳୀନ ପରିସ୍ଥିତି ସମୟରେ ଅଫିସରମାନେ ସର୍ବେସର୍ବା ହୋଇ କାର‌୍ୟ୍ୟ କରୁଥିଲେ। ଆଜି ଓଡ଼ିଶାରେ ଠିକ୍ ସେହି ଭଳି ଅଧିକାରୀମାନେ କାର‌୍ୟ୍ୟ କରୁଛନ୍ତି। ପ୍ରଶାସନିକ ଅଫିସରମାନେ ଯଦି ରାଜନୈତିକ ଦଳର ହାତବାରିଶି ହେବେ ତା’ ହେଲେ ରାଜ୍ୟରେ ଅବସ୍ଥା କଣ ହେବ ? ଆଜି ଏହା ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍‌ନ୍ଦନ କହିଛନ୍ତି ।
ପୋଲିସ ଡ଼ିଜି ହେଉଛନ୍ତି ରାଜ୍ୟ ପୋଲିସର ମୁଖିଆ । ପୋଲିସ ପ୍ରଶାସନକୁ ନିରପେକ୍ଷ ଭାବେ ସଂଚାଳନ କରିବା ଏବଂ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ତାଙ୍କର ନୈତିକ ଦାୟିତ୍ୱ । ମାତ୍ର ଏତେ ବଡ଼ ଗୁରୁଦାୟିତ୍ୱରେ ରହି ନିଜ ଦାୟିତ୍ୱକୁ ଭୁଲି ବିଜେଡ଼ି ସଭାପତିଙ୍କୁ ଖୁସି କରିବା ପାଇଁ ଶୁଭେଚ୍ଛା ଜଣାଇବା ଉଚିତ୍ କି? ପୋଲିସ ଡିଜି ନିଜ କାର‌୍ୟ୍ୟକୁ ସୁଚାରୁରୂପେ ପାଳନ ନ କରିବା ଭଳି ଅନେକ ଉଦାହରଣ ରହିଛି । ହିଞ୍ଜିଳିରେ ୪ଜଣଙ୍କ ହତ୍ୟା ହେଉ, ଖୋର୍ଦ୍ଧାରେ ବିଧାୟକ ଜନତାଙ୍କୁ ଗାଡ଼ି ମଡାଇ ହତ୍ୟା ଉଦ୍ୟମ ହେଉ ଅବା ଭୋଟ୍ ପାଇଁ ବିଜେଡ଼ି ଟଙ୍କା ବାଣ୍ଟିବା ହେଉ, ପୋଲିସ ଡିଜି ନିରବଦ୍ରଷ୍ଟା ସାଜିବା ଓଡ଼ିଶାବାସୀଙ୍କୁ କଷ୍ଟ ଦେଇଛି ।
ଆପଣମାନେ ଏଭଳି ଗଣତନ୍ତ୍ର ବିରୋଧୀ କାର‌୍ୟ୍ୟରୁ ଦୂରେଇ ରହିବା ଉଚିତ୍ । ପ୍ରଶାସନିକ ବିଧିବ୍ୟବସ୍ଥାକୁ ଯଦି ପାଦରେ ଦଳିଚକଟି ଦେବେ ତା’ ହେଲେ ନୂଆପିଢ଼ି କ’ଣ ଶିକ୍ଷାଲାଭ କରିବ? ଯଦି ଏଭଳି କାର‌୍ୟ୍ୟରୁ ଆପଣମାନେ ନିବୃତ୍ତ ନ ରହିବେ ତା ହେଲେ ଓଡ଼ିଶାର ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ । ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ରାଜ୍ୟରେ ଜନସେବା ପାଇଁ ଅଛନ୍ତି ନା ବିଜେଡ଼ିର ସେବା ପାଇଁ ? ଏହି ସବୁ ଘଟଣାରୁ ଲାଗୁଛି ପ୍ରଶାସନିକ ଅଧିକାରୀ ଓ ବିଜେଡ଼ି ମଧ୍ୟରେ ମଧୂଚନ୍ଦ୍ରିକା ରହିଛି । ଯେଉଁ ସନ୍ଦେହ ଆମେ ଦୀର୍ଘ ଦିନରୁ କହି ଆସୁଥିଲୁ, ଆଜି ତାହା ସତରେ ପରିଣତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking