19.1 C
Bhubaneswar
Tuesday, January 28, 2025
Homeଅପରାଧଟାଙ୍ଗିଆରେ ସ୍କ୍ୱାର୍ଡଙ୍କୁ ଗାର୍ଡଙ୍କ ଆକ୍ରମଣ ଘଟଣାର ପ୍ରତିବାଦ

ଟାଙ୍ଗିଆରେ ସ୍କ୍ୱାର୍ଡଙ୍କୁ ଗାର୍ଡଙ୍କ ଆକ୍ରମଣ ଘଟଣାର ପ୍ରତିବାଦ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ବନ୍ୟପ୍ରାଣୀ ରେଞର ଜଣେ କାର୍ଯ୍ୟରତ ଗାର୍ଡ ସ୍କ୍ୱାର୍ଡକୁ ଟାଙ୍ଗିଆରେ ଆକ୍ରମଣ ଘଟଣାର ପ୍ରତିବାଦରେ ୪୫ଜଣ ସ୍କ୍ୱାର୍ଡ ସାମୁହିକ ଛୁଟିରେ ରହିଥିବା ଜଣାପଡ଼ିଛି। ଫଳରେ ବନ୍ୟପ୍ରାଣୀ ରେଞର ଭାବପୁର ଏବଂ ଅତଲସରା ଫାଟକ ମେଲା ପଡ଼ିଥିବା ବେଳେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟିକରିଛି।ପ୍ରକାଶ ଯେ ଗତ ଜୁନ ୨୦୨୨ର ପ୍ରାପ୍ୟ ପାଇନଥିବା ପ୍ରତିବାଦରେ ୪୫ଜଣ ସ୍କ୍ୱାର୍ଡ କୁଶଙ୍ଗ ବନ୍ୟପ୍ରାଣୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମାତ୍ର ୩୦ତାରିଖ ଦିନ ସେମାନଙ୍କ ପ୍ରାପ୍ୟ ଜମାଖାତାକୁ ଯାଇଥିବା କଥା ରେଞର କହିବାରୁ ସେମାନେ ଧାରଣାରୁ ଓହରିଥିଲେ। ପୁର୍ନବାର ଆହୁରି କିଛି ଦାବୀ ଥିବା କହି ସ୍କ୍ୱାର୍ଡ ସଂଘର ସଭାପତି ସଂଜୟ ବାଈ ରେଞରଙ୍କ ସହିତ କଥାବାର୍ତା ସମୟରେ ମାରଡା ବିଟ ଦାୟିତ୍ୱରେ ଥିବା ବନ୍ୟପ୍ରାଣୀ ଗାର୍ଡ କିଶୋର ମଲ୍ଲିକ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ।

ଏହି ଘଟଣା ପରେ ହରଭଙ୍ଗା ପୁଲିସ ଅଭିଯୁକ୍ତ ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ସ୍କ୍ୱାର୍ଡ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ଥିବା କହି ସେମାନେ ସାମୁହିକ ଛୁଟିରେ ରହିବାରୁ ଏବେ ଏହି ରେଞ ଅର୍ନ୍ତଗତ ୧୧ଟି ବନ୍ୟପ୍ରାଣୀ ବିଟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏପରିକି ଦୁଇଟି ତନଖି ଫାଟକରେ ଜଗୁଆଳି ନଥିବାରୁ ଶିକାରୀମାନେ ଏହାର ଫାଇଦା ଉଠାଇବା ପାଇଁ ମଉକା ମିଳିଛି। ଏ ଦିଗରେ ବନ୍ୟପ୍ରାଣୀ ବିଭାଗ ପିସିସିଏଫ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଏ ଦିଗରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ ଅଫିସର ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ପଚାରିବାରୁ ସେମାନେ ଗାର୍ଡଙ୍କ ନିଲମ୍ବନ ଦାବୀ କରୁଛନ୍ତି। ଏ ବିଷୟରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛୁ। ମାତ୍ର ସେମାନେ ସାମୁହିକ ଛୁଟିରେ ରହିବାରୁ ୧୧ ବିଟରେ ସୁରକ୍ଷା ବ୍ୟବସ୍ଥା ଢିଲା ହୋଇପଡ଼ିଥିବା ସ୍ୱୀକାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking