ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ଛଅ ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବି ମଧ୍ୟରୁ ବିଦ୍ୟୁତ ଦର 20 ପଇସା କୁ ତୁରନ୍ତ ପ୍ରତ୍ୟାହାର କରିବା, ବସ୍ତି ରେ ରାହୁଥିବା ଗରିବ ଲୋକଙ୍କୁ 200 ୟୁନିଟ ପର୍ଯ୍ୟନ୍ତ ମାଗଣା ଦେବା , ବାରମ୍ବାର ବିଦୂତ କାଟ ବନ୍ଦ କରିବା , ବିଭିନ୍ନ ସରକାରୀ ଅଫିସ ଓ ବଡ଼ ବଡ଼ କମ୍ପାନୀରେ ଥିବା ବିଦ୍ୟୁତ ଦେୟ ତୁରନ୍ତ ଆଦାୟ କରିବା ଭଳି ଦାବି ରହିଛି । ଆମ ଆଦମୀ ରାୟଗଡା ଜିଲ୍ଲା ଶାଖା ର ସଭାପତି ଜନ୍ମେଞ୍ଜୟ ସ୍ୱାଇଁ ଙ୍କ ନେତୃତ୍ୱରେ ବସ୍ତି ବାସିନ୍ଦା ର ବିଦ୍ୟୁତ ଉପଭୋକ୍ତା ମାନେ ଏକ ରାଲି ରେ ଆସି ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏକ ମାସ ମଧ୍ୟରେ ଦାବି ଗୁଡିକ ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି ।