28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର

ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର

ପୁରୀ: ଡିସେମ୍ବର ୨ୟ କିମ୍ବା ୩ୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ୨ୟ କିମ୍ବା ୩ୟ ସପ୍ତାହରେ ଖୋଲିବାକୁ ଯୋଜନା ରହିଛି । ଏନେଇ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯିବ । ତେବେ ବର୍ତମାନ କରୋନା ପାଇଁ ସାଧାରଣ ଭକ୍ତମାନଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିଛି । କେବେ ମନ୍ଦିର ଖୋଲିବ ସେ ନେଇ ସମସ୍ତେ ଚାହିଁ ରହିଛନ୍ତି । ସେବାୟତମାନେ ବିଭିନ୍ନ ଢଙ୍ଗରେ ମନ୍ଦିର ଖୋଲିବା ନେଇ ପ୍ରତିବାଦ ପୂର୍ବରୁ କରିସାରିଛନ୍ତି । କାଳିଆ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବ୍ୟାକୁଳ ହେଉଛନ୍ତି । ମାତ୍ର ସଂକ୍ରମଣ ଭୟରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ନେଇ ନାହାନ୍ତି । ହେଲେ ଏବେ ମନ୍ଦିର ଖୋଲିପାରେ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking