21.1 C
Bhubaneswar
Thursday, February 12, 2026
Homeଓଡିଶାକଖାରୁଣୀ ସ୍କୁଲ୍‌ରେ ଶିକ୍ଷକ ଅଭାବ ଘଟଣାର ପ୍ରତିବାଦ; ମଧ୍ୟାହ୍ନ ଭୋଜନ ନଖାଇ ପୋଷାକ ଫେରାଇଦେଲେ ଛାତ୍ରଛାତ୍ରୀ

କଖାରୁଣୀ ସ୍କୁଲ୍‌ରେ ଶିକ୍ଷକ ଅଭାବ ଘଟଣାର ପ୍ରତିବାଦ; ମଧ୍ୟାହ୍ନ ଭୋଜନ ନଖାଇ ପୋଷାକ ଫେରାଇଦେଲେ ଛାତ୍ରଛାତ୍ରୀ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କଖାରୁଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଘଟଣାର ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି। ଏହି ସ୍କୁଲ୍‌ରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୯ଟି ଶ୍ରେଣୀରେ ମାତ୍ର ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଯାହାଫଳରେ ପାଠାପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ସରକାରୀ ସ୍କୁଲରେ ପାଠ ପଢିବାକୁ ରାଜ୍ୟ ସରକାର ବିଭିନ୍ନ ମାଧ୍ୟମରେ ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ତାହାର କିଛି ଫଳ କିଛି ମିଳୁନାହିଁ। କଖାରୁଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୯ଟି ଶ୍ରେଣୀରେ ୩୫୦ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ମାତ୍ର ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି। ଜଣେ ସିଆର୍‌ସିସି ଥିବାବେଳେ ପ୍ରଧାନଶିକ୍ଷକଙ୍କୁ ମିଶାଇ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। କିନ୍ତୁ ପ୍ରଧାନଶିକ୍ଷକ ସ୍କୁଲର ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ୯ ଟି ଶ୍ରେଣୀକୁ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ପଢାଇବା କଷ୍ଟକର ହୋଇପଡିଛି। ପ୍ର୍ରଧାନଶିକ୍ଷକଙ୍କୁ ଛାଡି ୩ଜଣ ଶିକ୍ଷକ ୩ଟି ଶ୍ରେଣୀରେ ପାଠ ପଢାଉ ଥିବାବେଳେ ବାକି ୬ଟି ଶ୍ରେଣୀର ପିଲାମାନେ ଖେଳରେ ବ୍ୟସ୍ତ ରହୁଛନ୍ତି। ଏହି ବିଷୟରେ ପ୍ରଧାନଶିକ୍ଷକ ଅଜୟ କୁମାର ସାହୁ ଓ କଖାରୁଣୀ ଗ୍ରାମବାସୀ ବାରମ୍ବାର ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନାହିଁ। ଏହାର ପ୍ରତିବାଦରେ ଆଜି କଖାରୁଣୀ ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ବର୍ଜନ କରିବା ସହିତ ସ୍କୁଲରୁ ମିଳିଥିବା ଡ୍ରେସ୍‌କୁ ଫେରାଇ ଦେଇଛନ୍ତି। ଶିକ୍ଷକ ନିଯୁକ୍ତି ଦାବିରେ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିଆରା ଢଙ୍ଗରେ ପ୍ରତିବାଦ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking