32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶଭବିଷ୍ୟବାଣୀ ନା ଅଭିଶାପ!; ଭାଙ୍ଗିଯିବ ଏନ୍‌ଡିଏ ସରକାର: ମମତା

ଭବିଷ୍ୟବାଣୀ ନା ଅଭିଶାପ!; ଭାଙ୍ଗିଯିବ ଏନ୍‌ଡିଏ ସରକାର: ମମତା

ନୂଆଦିଲ୍ଲୀ:  ମୋଦୀଙ୍କ ଶପଥ ଗ୍ରହଣର ଠିକ୍ ଦିନକ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ବିବୃତି ଦେଇଛନ୍ତି । ମମତା କହିଛନ୍ତି, ଖୁବ୍‌ଶୀଘ୍ର ଏନ୍‌ଡିଏ ସରକାର ଭାଙ୍ଗିଯିବ । ଏଥରର ଏନ୍‌ଡିଏ ସରକାର ନିଜ ଶାସନ କାଳକୁ ପୂର୍ଣ୍ଣ କରିପାରିବନି । ରିପୋର୍ଟ ଅନୁସାରେ ମମତା ବାନାର୍ଜୀ ଦାବି କରି କହିଛନ୍ତି ଯେ, ଆଗାମୀ ଦିନରେ କିଛି ବିଜେପି ନେତା ଦଳ ଛାଡିପାରନ୍ତି । ସେହିପରି ଏନ୍‌ଡିଏ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ମଧ୍ୟ ବିଜେପି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିବେ । ଏସବୁ ପଛରେ ଅନେକ କାରଣ ରହିଛି । ସମୟ ଆସିଲେ ଦେଶବାସୀ ମଧ୍ୟ ଏସବୁ ଘଟଣାକ୍ରମକୁ ଦେଖିବେ, ଶୁଣିବେ । କିନ୍ତୁ ବର୍ତ୍ତମାନ ସମୟରେ କେବଳ ଏତିକି କୁହାଯାଇପାରେ ଯେ, ଏଥରର ଏନ୍‌ଡିଏ ସରକାର ଅଧିକ ଦିନ ତିଷ୍ଠି ରହିବ ନାହିଁ ।
ପ୍ରକାଶ, ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି । ରବିବାର ସନ୍ଧ୍ୟାରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୋଦୀଙ୍କ ଏହି ଶପଥ ଗ୍ରହଣ ସମାରୋହରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ କେହି ଯୋଗଦେବେ କି ନାହିଁ ବୋଲି ଗଣମାଧ୍ୟମ ପ୍ରଶ୍ନ କରିବାରୁ ଏହାର ଜବାବରେ ମମତା ବାନାର୍ଜୀ କହିଛନ୍ତି ଯେ ସେ ନିମନ୍ତ୍ରଣ ପାଇନାହାଁନ୍ତି । ଯଦି ବି ତାଙ୍କୁ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଥାନ୍ତା ତଥାପି ସେ କିମ୍ବା ତାଙ୍କ ଦଳର କୌଣସି ନେତା ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେଇନଥାନ୍ତେ । ଏହି ଅବସରରେ ମମତା ଆଉ ଏକ ବଡ଼ ବିବୃତି ମଧ୍ୟ ଦେଇଛନ୍ତି, ଯାହାକି ଭବିଷ୍ୟତରେ ଏକ ନୂଆ ସମୀକରଣ ଆଡ଼କୁ ଇସାରା କରୁଛି । ମମତା କହିଛନ୍ତି ଯେ, ଆଜି ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବାକୁ ଦାବି କରି ନାହିଁ, ଏହାର ଅର୍ଥ ନୁହେଁ ଯେ ଭବିଷ୍ୟତରେ ମଧ୍ୟ ଦାବି କରାଯିବନାହିଁ । ବିଜେପି ଭଲଭାବେ ବୁଝିରଖିବା ଉଚିତ୍‌, ଆମେ ସେମାନଙ୍କ ଦଳ ଭାଙ୍ଗିବୁ ନାହିଁ, ବରଂ ସେମାନଙ୍କ ଦଳ ଆପଣାଛାଏଁ ଭିତରୁ ହିଁ ଭାଙ୍ଗିଯିବ, କାରଣ ସେମାନଙ୍କ ନିଜ ଦଳର ନେତା ତଥା ଲୋକମାନେ ହିଁ ନେତୃବୃନ୍ଦଙ୍କ ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି । ମମତାଙ୍କ କହିବାନୁସାରେ ଦେଶରେ ପରିବର୍ତ୍ତନ ଆବଶ୍ୟକ, ଆମେ ରାଜନୈତିକ ପରିସ୍ଥିତି ଉପରେ ନଜର ରଖିଛୁ । ୨୦୨୪ ଜନାଦେଶ ଦୃଷ୍ଟିକୋଣରୁ ନୈତିକତା ଆଧାରରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଉଚିତ୍ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking