28.3 C
Bhubaneswar
Sunday, May 12, 2024
Homeଓଡିଶା୧୫୫ ଓଏଏସ୍‌ଙ୍କୁ ପଦୋନ୍ନତି

୧୫୫ ଓଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ୱର:  ଦୀର୍ଘଦିନରୁ ପଦୋନ୍ନତି ଅପେକ୍ଷାରେ ଥିବା ୧୫୫ ଜଣ ଓଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ଶୁକ୍ରବାର ପଦୋନ୍ନତି ପ୍ରଦାନ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଚିଠି ଜାରିକରି ଜଣାଇଛି । ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ପରାମର୍ଶକ୍ରମେ ଏହି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଛି । ୩୪ ଜଣ ଓଏଏସ୍ ଉଚ୍ଚ ପ୍ରଶାସନିକ ଗ୍ରେଡ୍‌ରୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ଓଆରଏସ୍‌ରି ନିୟମ ୨୦୧୭ ଅନୁଯାୟୀ ସେମାନେ ଏଣିକି ଲେବଲ-୧୭ର ଦରମା ପାଇବେ । ସେହିଭଳି ଅନ୍ୟ ୧୨୧ ଓଏଏସ୍ ସୁପର୍‌ଟାଇମ ସ୍କେଲ୍‌ରୁ ଉଚ୍ଚ ପ୍ରଶାସନିକ ଗ୍ରେଡ୍‌କୁ ଉନ୍ନୀତ ହୋଇଛନ୍ତି । ସେମାନେ ଏଣିକି ଲେବଲ୍‌-୧୬ର ଦରମା ପାଇବେ । ତେବେ ପଦୋନ୍ନତି ପାଇଥିଲେହେଁ ଏହି ୧୫୫ ଅଧିକାରୀ ସରକାରଙ୍କ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ବର୍ତ୍ତମାନ ସମ୍ଭାଳୁଥିବା ପଦବୀରେ କାର୍ଯ୍ୟ ଜାରିରଖିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking