28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶପ୍ରିୟଙ୍କାଙ୍କ ଡିପ୍‌ଫେକ୍ ଫଟୋ ଭାଇରାଲ

ପ୍ରିୟଙ୍କାଙ୍କ ଡିପ୍‌ଫେକ୍ ଫଟୋ ଭାଇରାଲ

ମୁମ୍ବାଇ: ରଶ୍ମିକା ମାନ୍ଧାନା, କଟ୍ରିନା କୈଫ୍ ଓ ଆଲିଆ ଭଟ୍ଟ୍‌ଙ୍କ ପରେ ବର୍ତ୍ତମାନ ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଡିପ୍‌ଫେକ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଟେକ୍‌ନିକ୍ ପ୍ରୟୋଗ କରି ଅଭିଯୁକ୍ତମାନେ ସେଲିବ୍ରିଟୀମାନଙ୍କର ଫିପ୍‌ଫେକ୍ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିବା ଜଣାପଡିଛି ।

କୌଣସି ଏକ କମ୍ପାନୀ ପକ୍ଷରୁ ପ୍ରିୟଙ୍କା ବିଜ୍ଞାପନ କରୁଥିବାର ଦୃଶ୍ୟରେ ହେରଫେର କରାଯାଇ ଏହି ଡିପ୍‌ଫେକ୍ ଫଟୋ ପ୍ରସ୍ତୁତ  କରାଯାଇଛି । ଭାଇରାଲ ଭିଡିଓରେ ପ୍ରିୟଙ୍କାଙ୍କ ଅସଲ ସ୍ୱରକୁ ଏଡିଟ୍ କରାଯାଇଥିବାବେଳେ ତାଙ୍କର ସଂଳାପକୁ ମଧ୍ୟ ପରିବର୍ତ୍ତନ କରାଯାଇଛି । ୨୦୧୭ରେ ପ୍ରଥମେ ଡିପ୍‌ଫେକ୍ ପ୍ରସଙ୍ଗର ସୂତ୍ରପାତ ହୋଇଥିଲା । ବର୍ତ୍ତମାନ ଏହାର ଦୁରୂପଯୋଗ କରାଯାଉଥିବାରୁ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ପକ୍ଷରୁ କଡା ଆଇନ ପ୍ରଣୟନ କରାଯିବ ବୋଲି ଯୋଜନା ପ୍ରସ୍ତୁତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking