34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ,ସ୍ଥିତି ନେଇ ଅବଗତ କରାଇଲେ ଗୃହମନ୍ତ୍ରୀ

ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ,ସ୍ଥିତି ନେଇ ଅବଗତ କରାଇଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ମଣିପୁରରେ ଗତ ୫୩ ଦିନ ଧରି ହିଂସା ଲାଗିରହିଛି । ଏହାରି ମଧ୍ୟରେ ଆମେରିକା ଏବଂ ମିଶର ଗସ୍ତରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେରୁ ଫେରୁ ଆକ୍ସନ ମୋଡରେ ଆସିଛନ୍ତି ମୋଦୀ । ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ବୈଠକରେ ମଣିପୁରର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିଛନ୍ତି ।
ବର୍ତ୍ତମାନ ମଣିପୁରରେ ପେଟ୍ରୋଲିୟମ ଏବଂ ଗ୍ୟାସର ସଙ୍କଟ ଦେଖାଦେଇଛି । ପ୍ରଧାନମନ୍ତ୍ରୀ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମିଳିତ ଭାବେ ସ୍ଥିତିର ସମୀକ୍ଷା କରିଛନ୍ତି । ଗତ ଏକସପ୍ତାହରେ ମଣିପୁରେ ଚାଲିଥିବା ପ୍ରତ୍ୟେକଟି ଗତିବିଧି ବାବଦରେ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking