19.1 C
Bhubaneswar
Sunday, January 11, 2026
Homeଦେଶ ବିଦେଶଶୌର୍ଯ୍ୟ ଯାତ୍ରାରେ ପ୍ରଧାନମନ୍ତ୍ରୀ

ଶୌର୍ଯ୍ୟ ଯାତ୍ରାରେ ପ୍ରଧାନମନ୍ତ୍ରୀ

ଗୁଜରାଟ: ସୋମନାଥ ମନ୍ଦିରର ସ୍ୱାଭିମାନ ପର୍ବ ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆଜି ଗୁଜୁରାଟର ଗିର୍ ସୋମନାଥ ଜିଲ୍ଲାରେ ‘ସୋମନାଥ ସ୍ୱାଭିମାନ ପର୍ବ’ ସମୟରେ ‘ଶୌର୍ଯ୍ୟ ଯାତ୍ରା’ର ନେତୃତ୍ୱ ନେଇଛନ୍ତି । ଚାରିଆଡେ ଅପୂର୍ବ ଦିବ୍ୟତା ଓ ଭବ୍ୟତା । ପାରମ୍ପରିକ ନୃତ୍ୟୁ, ବାଦ୍ୟ ଓ ଗୀତରେ ପ୍ରକମ୍ପିତ ପରିବେଶ । ଶୌର୍ଯ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି ୧୦୮ ଘୋଡା । ପବିତ୍ର ଜ୍ୟୋତିର୍ଲିଙ୍ଗରେ ଜଳାଭିଷେକ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଁକାର ମନ୍ତ୍ର ସାମୂୂହିକ ଜପରେ ସାମିଲ ହୋଇଛନ୍ତି । ସେଠାରେ ହଜାରେ ସେକେଣ୍ଡ ପାଇଁ ଓଁକାର ଧ୍ୱନି ଜପ କରିଛନ୍ତି ପିଏମ୍ । ଏହା ସହ ପ୍ରଧାନମନ୍ତ୍ରୀ ଭବ୍ୟତାର ପରିପୂର୍ଣ୍ଣ ୩,୦୦୦ ବିଶିଷ୍ଟ ଡ୍ରୋନ୍ ଶୋ’ ଦେଖିଛନ୍ତି । ୧୦୨୬ ମସିହାରେ ମନ୍ଦିର ଉପରେ ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୁରଣ ଏବଂ ୧୯୫୧ ମସିହାରେ ସ୍ୱାଧୀନତା ପରବର୍ତ୍ତୀ ପୁନରୁଦ୍ଧାରର ୭୫ ବର୍ଷ ପୂରଣ ଅବସରରେ ଅନୁଷ୍ଠିତ ହେଉଛି ‘ଶୌର୍ଯ୍ୟ ଯାତ୍ରା’ । ଏହି ଯାତ୍ରା ହେଉଛି ମନ୍ଦିରକୁ ରକ୍ଷା କରିଥିବା ଲୋକମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ଆନୁଷ୍ଠାନିକ ଶୋଭାଯାତ୍ରା। ପୂଜାର୍ଚ୍ଚନା ପରେ ସେ ସୋମନାଥରେ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking