30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ୧ ନମ୍ବର ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ୧ ନମ୍ବର ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ବିଶ୍ୱ ସ୍ତରରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନା’ ସାମ୍ନାକୁ ଆସିଛି । ପୁଣି ଥରେ ବିଶ୍ୱର ଲୋକପ୍ରିୟ ନେତାଙ୍କ ତାଲିକାରେ ୧ ନମ୍ବରରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । “ଦ ମର୍ଣ୍ଣିଙ୍ଗ କନ୍ସଲଟ” ଦ୍ୱାରା କରାଯାଇଥିବା ସର୍ଭେର ଆପ୍ରୁଭାଲ ରେଟିଙ୍ଗର ନମ୍ବର ୧ରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ସବୁଠୁ ଖାସ କଥା ହେଉଛି ଏକ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ବି ପଛରେ ପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସର୍ଭେରେ ପିଏମ ମୋଦିଙ୍କ ଆପ୍ରୁଭାଲ ରେଟିଙ୍ଗ ୭୦ ପ୍ରତିଶତ ରହିଛି । ଏହି ତାଲିକାର ଦ୍ଵିତୀୟରେ ମେକସିକାନ ରାଷ୍ଟ୍ରପତି ଆଣ୍ଡ୍ରେ ମ୍ୟାନୁଆଲଙ୍କ ନା’ ଥିବା ବେଳେ ତୃତୀୟରେ ଇଟାଲୀର ପ୍ରଧାନମନ୍ତ୍ରୀ ମାରୀୟା ଦ୍ରାଘିଙ୍କ ନା’ ରହିଛି । ଯେବେକି ଜର୍ମାନ ଚାନ୍ସେଲର ମର୍କେଲ ୫୨ ପ୍ରତିଶତ ସହିତ ଚତୁର୍ଥ ସ୍ଥାନରେ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ପଞ୍ଚମ ସ୍ଥାନରେ ଅଛନ୍ତି । ଏହା ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ୪୮ ପ୍ରତିଶତ ରେଟିଙ୍ଗ ସହ ଷଷ୍ଠ ଓ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼େ ୪୫ ପ୍ରତିଶତ ରେଟିଙ୍ଗ ସହିତ ସପ୍ତମ ସ୍ଥାନରେ ଥିବା ନେଇ ଜଣାଯାଇଛି । ଏହି ଲିସ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ବ୍ରିଟିଶ ପ୍ରଧାମନ୍ତ୍ରୀ ବୋରିଶ ଜନସନ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking