26.1 C
Bhubaneswar
Tuesday, September 17, 2024
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିôଲେ । ୩ ଦିନିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଗାଡିରୁ ଓଲ୍ଲାଇ ଲୋକଙ୍କ ପାଖକୁ ଚାଲି ଚାଲି ଗଲେ । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଆସିଥିବା ଲୋକଙ୍କ ପାଖକୁ ଗଲେ । ଆଦିବାସୀ ସାଂସ୍କୃତିକ ଦଳ ପାଖକୁ ଚାଲି ଚାଲି ଗଲେ ରାଷ୍ଟ୍ରପତି । ଭୁବନେଶ୍ୱର ଏୟାରପୋର୍ଟରୁ ସିଧା ରାଜଭବନ ଗଲେ ମହାମହିମ । ୨୬ ତାରିଖ ସକାଳେ କଟକଗସ୍ତ କରି ପ୍ରଥମେ କଟକଚଣ୍ଡି ମନ୍ଦିରରେ ମା’ଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଏହାପରେ ମଧୁ ସଂଗ୍ରହାଳୟ ଓ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ପରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ।

ସେହିପରି ଏସ୍ସିବି ବାର୍ଷିକ ଉତ୍ସବରେ ଯୋଗଦେବା ପରେ ଶେଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କଟକ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ରାଷ୍ଟ୍ରପତି ଯେଉଁ ରାସ୍ତା ଦେଇ ଯିବେ, ସେହି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ । ଏଥିପାଇଁ ସମସ୍ତ ପୁଲିସ ଅଧିକାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଇଛି ।

ଅନ୍ୟପକ୍ଷରେ ଗସ୍ତ କାର‌୍ୟ୍ୟକ୍ରମର ତୃତୀୟ ତଥା ଶେଷ ଦିନରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନରେ ରାଜ୍ୟର ବିରଳତମ ଜନଜାତି ସମ୍ପ୍ରଦାୟ(ପିଭିଟିଜି)ର ସଦସ୍ୟମାନଙ୍କ ସହ କିଛି ଜରୁରୀ ପ୍ରସଙ୍ଗରେ ଆଲୋଚନା କରିବେ । ସେହିଦିନ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର “ସକରାତ୍ମକ ପରିବର୍ତ୍ତନ ବର୍ଷ’ ବିଷୟବସ୍ତୁ ଶୀର୍ଷକ ସେମିନାର ଓ ଆଲୋଚନାଚକ୍ରକୁ ଦେଶବ୍ୟାପୀ ଆୟୋଜନ କରିବା ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶୁଭାରମ୍ଭ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥ ତମାଣ୍ଡୋ ଠାରେ ଏହାର “ଲାଇଟ୍‌ହାଉସ୍ କମ୍ପେ୍ଲକ୍ସ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି । ତିନିଦିନିଆ ଓଡିଶା ଗସ୍ତ ପୂବର୍ରୁ ସୋମବାର ସକାଳେ କାରେକଡ୍ ରିହରସେଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking