ନୂଆଦିଲ୍ଲୀ: କେରଳର ପଲକକଡ ଅଂଚଳରେ ଏକ ଭୟାବହ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଇଶ୍ୱରଙ୍କୁ ଖୁସି କରିବା ପାଇଁ ନିଜ ପୁଅକୁ ବଳି ଦେଇ ଦେଇଛନ୍ତି । ୩୦ ବର୍ଷୀୟା ମହିଳା ଶିକ୍ଷୟତ୍ରୀ (ମଦର୍ସା) କଥିତ ଭାବରେ ଆଲ୍ଲାଙ୍କୁ ଖୁସି କରିବା ପାଇଁ ନିଜର ୬ ବର୍ଷର ପୁଅକୁ ବଳି ଦେଇଛନ୍ତି । ଗର୍ଭବତୀ ମହିଳା ଜଣକ ନିଜ ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି । ଆଉ ନିଜେ ଏ ବିଷୟରେ ପୁଲିସରେ ଖବର ଦେଇଛନ୍ତି । ଏହି ଘଟଣା ରବିବାର ଦିନ ଘଟିଛି । ମହିଳା ସାହିଦା ନିଜେ ରବିବାର ଦିନ ୩ରୁ ୪ ଟା ମଧ୍ୟରେ ପଲକକଡରେ ଏମରଜେନ୍ସି ନମ୍ବରରେ ପୋନ କରି ପୁଲିସକୁ କହିଥିଲେ କି ସେ ଆଲ୍ଲାଙ୍କୁ ଖୁସି କରିବା ପାଇଁ ନିଜ ଝିଅର ବଳି ଦେଇଛନ୍ତି । ପରେ ପୋଲିସ ଯେତେବେଳେ ପହଂଚିଥିଲା, ବାଥରୁମରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ପଡିଥିଲା । ରିପୋର୍ଟ ଅନୁସାରେ, ଶାହିଦାଙ୍କ ପତି ସୁଲେମାନ, ଅନ୍ୟ ଦୁଇ ପିଲା ଶୋଇଥିଲେ । ଆଉ ତୃତୀୟ ଓ ସବୁଠୁ ସାନ ପୁଅ ଉକ୍ତ ମହିଳାଙ୍କ ସହ ଶୋଇଥିଲେ । ଏହାରି ମଧ୍ୟରେ ସାହିଦା ନିଜ ପୁଅକୁ ଉଠାଇ ବାଥରୁମକୁ ନେଇଥିଲେ । ମାରିବା ପୂର୍ବରୁ ତାର ଗୋଡ ବାନ୍ଧି ଦେଲେ । ସୁଲେମାନ ପଲକକଡରେ ଅଟୋ ଚଲାନ୍ତି । ସାହିଦାଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ପଡୋଶୀ ଲୋକେ କହିଛନ୍ତି ଯେ, ଗୋଟିଏ ଦିନ ପୂର୍ବରୁ ସ୍ଥାନୀୟ ଥାନାର ନମ୍ବର ନେଇଥିଲେ ।