26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମାଟ୍ରିକ ପରୀକ୍ଷା ସୂଚୀ ଜାରି

ମାଟ୍ରିକ ପରୀକ୍ଷା ସୂଚୀ ଜାରି

ଭୁବନେଶ୍ୱର: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ ତାରିଖରୁ ୧୫ ଯାଏ ସକାଳ ୮ଟାରୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ଅନୁଷ୍ଠିତ ହେବ । ୫ରେ ଦ୍ୱିତୀୟ ଭାଷା ଇଂଲିଶ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ ପରୀକ୍ଷା, ୧୨ରେ ବିଜ୍ଞାନ, ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ମିଳିଥିବା ସୂଚନା ମୁତାବକ , ପରୀକ୍ଷା ଦୈନିକ ସକାଳ ୮ ଟା ରୁ ଆରମ୍ଭ ହୋଇ ୧୦ଟା ଯାଏ ଚାଲିବ । ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ମିଳିବ, ୧୦ଟା ୧୫ରେ ସରିବ । ୭ଟା ୪୫ରେ ଉଭୟ ଅବଜେକ୍ଟିଭ ଓ ସବଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ । ସେହିଭଳି ଅବଜେକ୍ଟିଭ ସକାଳ ୮ଟାରୁ ୯ଟା, ସବଜେକ୍ଟିଭ ୯ଟାରୁ ୧୦ଟା ଯାଏଁ ହେବ । ଗଣିତ ଅବଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଯାଏ ଚାଲିବ । ଓଏମଆରରେ ଅବଜେକ୍ଟିଭ, ବୁକଲେଟରେ ସବଜେକ୍ଟିଭ ଉତ୍ତର ଲେଖିବେ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking