31.1 C
Bhubaneswar
Monday, June 17, 2024
Homeଓଡିଶାଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୋଟିଏ ମାମଲାରେ ମଳିଲା ଜାମିନ୍

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୋଟିଏ ମାମଲାରେ ମଳିଲା ଜାମିନ୍

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୋଟିଏ ମାମଲାରେ ଜାମିନ୍ ମିଳିଛି । ଫେବୃଆରୀ ୧୮ ଭେଟେଶ୍ୱର ଗଣ୍ଡଗୋଳ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍ । ଜଣେ ଜାମିନଦାର ଓ ୩୦ ହଜାର ଟଙ୍କା ବେଲ୍ ବଣ୍ଡରେ ବାଣପୁର ଆସିଷ୍ଟାଣ୍ଟ ସେସନ୍ସ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନିକଟରେ ଗତ ମାର୍ଚ୍ଚ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ସମୟରେ ତାଙ୍କ ଗାଡ଼ିକୁ ଭିଡ଼ ଭିତରକୁ ପୁରାଇ ଦେଇଥିଲେ । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଥିଲେ । ତେବେ ଏହି ଘଟଣା ପରେ ଉତ୍ୟକ୍ତ ଜନତା ବିଧାୟକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ତାଙ୍କୁ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପ୍ରଶାନ୍ତ ଜଗଦ୍ଦେବ ଗତ ୨୨ ତାରିଖ ଅପରାହ୍ନରେ ହସ୍ପିଟାଲରୁ ବାହାରିବା ପରେ ଲୋକଙ୍କ ଉପରେ ଗାଡି ଚଢାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପୂର୍ବରୁ ୭ଟି କେସରେ ବିଧାୟକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି । ଯେଉଁଥିରୁ ଶୁକ୍ରବାର ଗୋଟିଏ କେସରେ ଜାମିନ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking