27.1 C
Bhubaneswar
Wednesday, June 26, 2024
Homeଓଡିଶାପ୍ରଶାନ୍ତଙ୍କୁ ଖୋର୍ଦ୍ଧା କୋର୍ଟରୁ ନିୟମିତ ଜାମିନ

ପ୍ରଶାନ୍ତଙ୍କୁ ଖୋର୍ଦ୍ଧା କୋର୍ଟରୁ ନିୟମିତ ଜାମିନ

ଭୁବନେଶ୍ୱର : ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତଳକୋର୍ଟରୁ ଜାମିନ ମିଳିଛି । ହାଇକୋର୍ଟଙ୍କ ଜାମିନ ମଞ୍ଜୁର ପରେ ଖୋର୍ଦ୍ଧା ଜେଏମଏଫସି ରୁ ଜାମିନ ମିଳିଛି । କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ଜାମିନ ମିଳିଛି । ଚଳିତ ନିର୍ବାଚନ ସମୟରେ ଏକ ବୁଥରେ ଭୋଟଗ୍ରହଣ ସମୟରେ ପ୍ରଶାନ୍ତ ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗତ ବୁଧବାର ହାଇକୋର୍ଟ ପ୍ରଶାନ୍ତଙ୍କୁ ଜାମିନ ଦେଇଥିଲେ। ଏହା ପୂର୍ବରୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିବା ପ୍ରଶାନ୍ତ ଜଗଦ୍ଦେବ ଗତ ୨୫ ତାରିଖ ମତଦାନବେଳେ ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking