ଭୁବନେଶ୍ୱର:ଲୋକାୟୁକ୍ତରେ ହାଜର ହୋଇଛନ୍ତି ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ । ଶିଳ୍ପ ସଚିବ ହେମନ୍ତ ଶର୍ମା ମଧ୍ୟ ଲୋକାୟୁକ୍ତରେ ହାଜର ହୋଇଥିବା ସୂଚନା ମିଳିଛି । ମାସ୍କ ଦୁର୍ନୀତି ମାମଲାରେ ଉଭୟ ପୁଣିଥରେ ହାଜର ହୋଇଥିବା ଜଣାପଡିଛି । ମାମଲାରେ ନିଜ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ମଧ୍ୟ ଯାମିନୀ ଷଡଙ୍ଗୀ ଓ ହେମନ୍ତ ଶର୍ମା ହାଜର ହୋଇଥିଲେ । ପିପିଇ ଓ ମାସ୍କ କିଣାରେ ରାଜକୋଷକୁ ବ୍ୟାପକ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଶିଳ୍ପ ସଚିବ ଆଇଏଏସ୍ ହେମନ୍ତ ଶର୍ମା ଏବଂ ଯାମିନୀ ଷଡଙ୍ଗୀଙ୍କୁ ଏଥିନିମନ୍ତେ ଦାୟୀ କରାଯାଇଥିଲା।
ଅନ୍ୟପଟେ ଏହି ଦୁର୍ନୀତି ମାମଲାରେ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଥିବା ଆବେଦନକାରୀ ସୁଦର୍ଶନ ଦାସ, ସୁଶାନ୍ତ ପାଢୀ ସୂଚନା ପ୍ରଦାନ କରିଛନ୍ତି । ପିପିଇ କିଟ୍ ଓ ମାସ୍କ କିଣାର ସଂପୂର୍ଣ୍ଣ ତଥ୍ୟ ନଦେବାକୁ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ । ଚିଠିରେ ସଂପୂର୍ଣ୍ଣ ତଥ୍ୟ ନଥିବାରୁ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ଆସନ୍ତା ଡିସେମ୍ବର ୭ରେ ଏହି ମାମଲାର ଚୂଡାନ୍ତ ଶୁଣାଣି କରାଯିବ ।