30.1 C
Bhubaneswar
Wednesday, December 4, 2024
Homeଦେଶ ବିଦେଶଦେଶରେ ବଢ଼ୁଛି ଶକ୍ତି ସଙ୍କଟ : ୭ ବର୍ଷ ପରେ କୋଇଲା ଆମଦାନୀ କରିବ ଭାରତ

ଦେଶରେ ବଢ଼ୁଛି ଶକ୍ତି ସଙ୍କଟ : ୭ ବର୍ଷ ପରେ କୋଇଲା ଆମଦାନୀ କରିବ ଭାରତ

ନୂଆଦିଲ୍ଲୀ: ଦେଶରେ ଶକ୍ତି ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କୋଇଲା ଉତ୍ପାଦନ ବୃଦ୍ଧି ପାଇଥିଲେ ହେଁ ଶକ୍ତି ସଙ୍କଟର ମୁକାବିଲା କରିବାରେ ଏହା ସଫଳ ହୋଇପାରି ନାହିଁ । ଏପରି ପରସ୍ଥିତିରେ କୋଇଲା ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ୬ ବର୍ଷ ମଧ୍ୟରେ ଦେଖା ଦେଇଥିବା ସବୁଠାରୁ ବଡ ବିଜୁଳି ସଙ୍କଟର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରୁ ଦୀର୍ଘ ୭ ବର୍ଷ ପରେ କୋଇଲା ଆମଦାନୀ କରିବେ । ବିଶ୍ୱର ସବୁଠୁ ବଡ଼ କୋଇଲା ଉତ୍ପାଦନ କମ୍ପାନୀ କୋଲ୍ ଇଣ୍ଡିଆ ଦେଶରେ ବିଜୁଳି ସଙ୍କଟ ଏବଂ କୋଇଲାର ଅଭାବକୁ ଦେଖି ସାତବର୍ଷ ପରେ ବିଦେଶରୁ କୋଇଲା ଆମଦାନୀ କରିବାକୁ ଯାଉଛି । ଏପ୍ରିଲରେ କୋଇଲା ଅଭାବରୁ ଦେଶରେ ଗତ ୬ବର୍ଷରେ ସବୁଠୁ ବଡ଼ ବିଜୁଳି ସଙ୍କଟ ଦେଖାଦେଇଥିଲା । ଏହାକୁ ନଜରରେ ରଖି ସରକାର ଭଣ୍ଡାରରେ ପର୍ଯ୍ୟାପ୍ତ କୋଇଲା ସୁନିଶ୍ଚିତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ଏହା ସହିତ ରାଜ୍ୟ ସରକାରଙ୍କୁ ଆମଦାନୀ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି । ଶକ୍ତିମନ୍ତ୍ରୀ ମେ ୨୮ ତାରିଖରେ ଏକ ଚିଠିରେ କହିଛନ୍ତି ଯେ, ଭାରତ କୋଇଲା ଆମଦାନୀ କରିବ ଏବଂ ଏହାକୁ ରାଜ୍ୟ ସରକାରଙ୍କୁ ଯୋଗାଣ ପାଇଁ ଘରୋଇ କୋଇଲା ସହିତ ମିଶ୍ରଣ କରିବ । ଏହା ସରକାରୀ ତାପଜ କାରଖାନା ଏବଂ ସ୍ୱାଧୀନ ବିଦ୍ୟୁତ୍ ଉତ୍ପାଦକମାନଙ୍କୁ ଦିଆଯିବ । କୋଲ ଇଣ୍ଡିଆ ମାଧ୍ୟମରେ କୋଇଲା ଆମଦାନୀ କରିବାର ନିଷ୍ପତ୍ତି ନିଆଯାଇଛି କାରଣ ପ୍ରାୟ ସମସ୍ତ ରାଜ୍ୟ ମତ ଦେଇଛନ୍ତି ଯେ ପୃଥକ କୋଇଲା ଆମଦାନୀ ଚୁକ୍ତିନାମା ଦ୍ୱାରା ବିବାଦ ସୃଷ୍ଟି ହେବ । କେନ୍ଦ୍ରୀୟ ଭାବେ କୋଇଲା ଆମଦାନୀ କରିବା ଭଲ । ଚଳିତ ବର୍ଷର ତୃତୀୟ ତ୍ରୈମାସିକରେ ବିଦ୍ୟୁତ୍ ଚାହିଦା ବଢିବା କାରଣରୁ କୋଇଲା ଅଭାବର ସମ୍ମୁଖୀନ ହେବାକୁ ପଡିବ ବୋଲି ଆଶା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସରେ କୋଇଲା ଉତ୍ପାଦନ ରେକର୍ଡ ସ୍ତର ଛୁଇଁଥିଲା ।

ମେ ମାସର ପ୍ରଥମାର୍ଦ୍ଧରେ କୋଇଲା ଉତ୍ପାଦନ ୩୬% ବୃଦ୍ଧି ପାଇଛି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମେ ମାସର ୧୫ ତାରିଖ ସୁଦ୍ଧା ଦେଶରେ ୩୩.୯୪ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହୋଇଛି । ବିଗତ ବର୍ଷର ସମାନ ସମୟରେ ୨୪.୯୧ ମିଲିୟନ୍ ଟନ୍‌ର କୋଇଲା ଉତ୍ପାଦନ ହୋଇଥିଲା । ଉତ୍ପାଦିତ କୋଇଲା ମଧ୍ୟରୁ ୩୭.୧୮ ମିଲିୟନ୍ ଟନ୍ କୋଇଲା ବିଭିନ୍ନ ସାଇଟ୍‌କୁ ପଠାଯାଇଛି । ଯାହାକି ପୂର୍ବବର୍ଷ ତୁଳନାରେ ୧୫.୮୭% ଅଧିକ । ଏହା ସହିତ ଏପ୍ରିଲ ମାସରେ ୨୯.୮୦%ର ଅଭିବୃଦ୍ଧି ସହିତ ୬୭ ମିଲିୟନ୍ କୋଇଲା ଉତ୍ପାଦନ ହୋଇଥିବା କୁହାଯାଇଛି । ଏପ୍ରିଲ୍ ମାସରେ କୋଲ୍ ଇଣ୍ଡିଆ ଲିମିଟେଡ୍ ଏକାକୀ ୫୩.୪୭ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking