ଯାଜପୁର: ରାଜ୍ୟ ସରକାର ଆଳୁ ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି । କିନ୍ତୁ ସରକାରଙ୍କ ଯୋଜନା କାଗଜ କଲମରେ ସୀମିତ ରହିଛି । ଆଳୁ ବାହାରୁ ଆସିବା ବନ୍ଦ ହେଲେ ଓ ଆଳୁ ମୂଲ୍ୟ ବୃଦ୍ଧି ପାଇ ଲେ ଆଳୁ ପାଇଁ ସରକାରଙ୍କ ନିଦ ଭାଙ୍ଗେ । ଆଳୁ ଚାଷୀଙ୍କୁ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ବିଭିନ୍ନ ଗଣ ମାଦ୍ୟମରେ ବିବୃତି ଦିଅନ୍ତି । ରାଜ୍ୟରେ ଆଳୁ ଚାଷ ପାଇଁ ଚାଷୀ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆ ଯିବ । ଅନ୍ୟ ରାଜ୍ୟ ଉପରେ ଆଳୁ ଆମଦାନୀ କରିବାକୁ ପଡିବ ନାହିଁ ସେଥିପାଇଁ ଖସଡ଼ା ତିଆରି କରାଯାଏ । ପରେ ସରକାର ଭୁଲି ଯାଇ ଥାନ୍ତି । ଆଳୁ ଚାଷ ପାଇଁ ଆମ ରାଜ୍ୟ ରେ ଅନୁକୁଳ ଓ ପ୍ରତିକୁଳ ରହିଛି । ଚାଷୀ ମାନେ ଆଳୁ ଚାଷ ପାଇଁ ଆଗ୍ରହୀ କିନ୍ତୁ ସରକାରଙ୍କୁ କୃଷି ବିଭାଗ ର ଆନ୍ତରିକତା ନାହିଁ ।
ଏବେ ଆଳୁ ଚାଷକରିବାର ସମୟ କିନ୍ତୁ କୃଷି ବିଭାଗ ପକ୍ଷରୁରୁ ଚାହିଦା ମୁତାବକ ଯୋଗାଇ ଦିଆ ଯାଉ ନାହିଁ । ଚାଷୀ ମାନେ ସୁଲଭଆଳୁ ମୂଲ୍ୟ ବିହନ ପାଇ ପାରୁ ନାହାନ୍ତି । ଖୋଲା ବଜାର ରେ ଆଳୁ ବିହନ ଦାମ ଆକାଶ ଛୁଆଁ । ଚାଷୀ ମାନେ ଚଢା ଦାମ ରେ ବିହନ କିଣିବା ପାଇଁ ତାଙ୍କ ପକ୍ଷରେ ସମ୍ଭବ ପର ନୁହେଁ । ଆଳୁ ଚାଷ କରିବା ପାଇଁ କ୍ଷେତ ପ୍ରସ୍ତୁତ କରି ବିହନ ପାଇଁ ଅଫେକ୍ଷା ରେ ବସିଛନ୍ତି । ବ୍ଲକରେ ଥିବା କୃଷି ବିଭାଗ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଛନ୍ତି । ଯାଜପୁର ଜିଲ୍ଲାର ଧର୍ମଶାଳା, ରସଲପୁର ବଡ଼ଚଣା ବ୍ଲକ ପ୍ରଭୁତି ରେ ବହୁଳ ଭାବରେ ଆଳୁ ଚାଷ କରା ଯାଇ ଥାଏ କ୍ଷ ୬.ଗୁଣ୍ଡୁ ଜମି ପାଇଁ ୧୫୦କିଲୋ ଆଳୁ ଆବଶ୍ୟକ ତେଣୁ ଚାଷୀ ମାନଙ୍କ ଚାଇଦା ଅନୁ ଯାଇ ଆଳୁ ବିହନ ଯୋଗାଇ ବା କଥା ସେହି ଅନୁପତରେ କୃଷି ଉଦ୍ୟାନ ବିଭାଗ ପାଖ ରେଆଳୁ ବିହନ ନାହିଁ । ଚାଷୀ ମାନଂକୁ ଯଥା ଶୀଘ୍ର ଆଳୁ ବିହନ ଯୋଗାଇ ଦେବା ପାଇଁ ଦାବି ହେଉଛି।