25.1 C
Bhubaneswar
Monday, October 7, 2024
Homeବିଜିନେସ୍ପୋଷ୍ଟ ଅଫିସ୍‌ର ଆର୍‌ଡି ସ୍କିମ୍‌: ଦିନକୁ ୩୩୩ ଟଙ୍କା ରଖିଲେ ମିଳିବ ୧୬ ଲକ୍ଷ

ପୋଷ୍ଟ ଅଫିସ୍‌ର ଆର୍‌ଡି ସ୍କିମ୍‌: ଦିନକୁ ୩୩୩ ଟଙ୍କା ରଖିଲେ ମିଳିବ ୧୬ ଲକ୍ଷ

ନୂଆଦିଲ୍ଲୀ: ପୋଷ୍ଟ ଅଫିସ୍‌ର ଏମିତି କିଛି ସ୍କିମ୍ ରହିଛି ବା ପଲିସି ରହିଛି ଯେଉଁଥିରେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଭଲ ଲାଭ ପାଇପାରୁଛନ୍ତି । ପୋଷ୍ଟ ଅଫିସ୍‌ର ଏଭଳି ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ସ୍କିମ୍ ରହିଛି ଯେଉଁଥିରେ ନିବେଶକଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ । ପୋଷ୍ଟ ଅଫିସ ଭଳି ରିଟର୍ଣ୍ଣ ସାଧାରଣତଃ କୌଣସି ବ୍ୟାଙ୍କ ଦେଇପାରିନଥାଏ । ପୋଷ୍ଟ ଅଫିସ୍‌ରେ ଗୋଟିଏ ଆର୍‌ଡି ଆକାଉଣ୍ଟ ଖୋଲିବା ଖୁବ୍ ସହଜ । ୧୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ଲୋକ ପୋଷ୍ଟ ଅଫିସ୍‌ରେ ଅତି ସହଜରେ ଏହାକୁ ଖୋଲିପାରିବେ । ମାସିକ ମାତ୍ର ୧୦୦ ଟଙ୍କା ଦେଇ ଯେ କେହି ଏଠାରେ ଆର୍‌ଡି ଆରମ୍ଭ କରିପାରିବେ । ପୋଷ୍ଟ ଅଫିସ୍‌ରେ ଆର୍‌ଡି କଲେ ଅତି କମ୍‌ରେ ୫.୮ ପ୍ରତି ସୁଧ ମିଳିବ । ସବୁଠାରୁ ବଡ଼ କଥା ହେଲା, ସରକାର ପ୍ରତି ୩ ମାସରେ ଏହାର ସୁଧ ହାର ନିର୍ଣ୍ଣୟ କରନ୍ତି । ପୋଷ୍ଟ ଅଫିସ୍‌ରେ ୫ ବର୍ଷ କିମ୍ବା ୬୦ ମାସ ହେଉଛି ଯେକୌଣସି ଆକାଉଣ୍ଟର ମାଚ୍ୟୁରିଟି ସମୟ ।

ତେବେ ଆକାଉଣ୍ଟ ଖୋଲି ଡିପୋଜିଟ୍ କରିବାର ମାତ୍ର ବଷର୍କ ପରେ ମଧ୍ୟ ଜଣେ ଗ୍ରାହକ ଚାହିଁଲେ ୫୦ ପ୍ରତିଶତ ଟଙ୍କା ଉଠାଇପାରିବ । ଖାଲି ସେତିକି ନୁହେଁ ଡିପୋଜିଟର ଚାହିଁଲେ ୫୦ ପ୍ରତିଶତର ଲୋନ୍ ମଧ୍ୟ ନେବାର ବ୍ୟବସ୍ଥା ରହିଛି । ସବୁଠାରୁ ବଡ଼ କଥା ହେଲା, ପୋଷ୍ଟ ଅଫିସ୍‌ରେ ଆର୍‌ଡି କରିବା ଦ୍ୱାରା ଆପଣଙ୍କ ମୂଳ ଟଙ୍କା ସୁରକ୍ଷିତ ରହିବ ଏବଂ ସମୟ ଅନୁସାରେ ଭଲ ସୁଧ ମିଳିବ । ଯେଉଁମାନେ ସ୍ୱଳ୍ପ ପରିମାଣର ଡିପୋଜିଟ କରୁଛନ୍ତି ଏବଂ କମ୍ ସମୟ ପାଇଁ ଟଙ୍କା ରଖୁଛନ୍ତି ସେମାନଙ୍କ ପାଇଁ ପୋଷ୍ଟ ଅଫିସ୍‌ର ସ୍କିମ୍ ଗୁଡ଼ିକ ଭଲ ଫାଇଦା ଦେଇନପାରେ । ତେବେ ପୋଷ୍ଟ ଅଫିସ୍ ର ଏକ ଭଲ ସ୍କିମ୍ ହେଲା, ମାସିକ ୧୦ ହଜାର ବା ଦିନକୁ ୩୩୩ ଟଙ୍କା ଡିପୋଜିଟ୍ କଲେ ୫.୮ ପ୍ରତିଶତ ସୁଧହାର ହିସାବରେ ମାତ୍ର ୧୦ ବର୍ଷରେ ୧୬ ଲକ୍ଷ ଟଙ୍କା ରିଟର୍ଣ୍ଣ ମିଳିବ । ଏଥିରେ ଦିନକୁ ୩୩୩ ଟଙ୍କା ହିସାବରେ ୧୦ ବର୍ଷରେ ୧୨ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ । ଆଉ ଏହି ନିବେଶ ପରେ ୧୦ବର୍ଷ ଶେଷ ହେଲେ ଗ୍ରାହକ ପାଇବେ ଅଧିକ ୪.୨୬ ଲକ୍ଷ ଟଙ୍କା । ଅର୍ଥାତ ମିଳିବ ୧୬.୨୬ ଲକ୍ଷ ଟଙ୍କ । ଚକ୍ରବୃଦ୍ଧି ସୁଧ ପ୍ରତି ୩ ମାସରେ ଥରେ ହିସାବ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking