34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶତଳେ ଚାଲୁଥିବା ବିମାନର ଇଞ୍ଜିନ୍ ଭିତରକୁ ଟାଣିହୋଇ ବନ୍ଦର କର୍ମଚାରୀଙ୍କ ମୃତ୍ୟୁ

ତଳେ ଚାଲୁଥିବା ବିମାନର ଇଞ୍ଜିନ୍ ଭିତରକୁ ଟାଣିହୋଇ ବନ୍ଦର କର୍ମଚାରୀଙ୍କ ମୃତ୍ୟୁ

ହଷ୍ଟନ୍: ଗୋଟାଏ ଯାତ୍ରୀବାହୀ ବିମାନର ଇଞ୍ଜିନ୍ ଭିତରକୁ ଟାଣି ହୋଇଯାଇ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ୍ ବିମାନ ବନ୍ଦରରେ ଜଣେ ବିମାନ ବନ୍ଦର କର୍ମଚାରୀଙ୍କର ମୃତ୍ୟୁ ଘଟିଛି।
ଘଟଣାଟି ଶୁକ୍ରବାର ସ୍ଥାନୀୟ ସମୟ ରାତି ୧୦.୨୫ରେ ଘଟିଛି। ଲସ୍ ଏଞ୍ଜେଲ୍ସ୍ରୁ ଆସିଥିବା ‘ଡେଲ୍ଟା ଏୟାର୍ ଲାଇନ୍ସ୍’ର ଉକ୍ତ ବିମାନ ଟେକ୍ସାସ୍ର ସାନ୍ ଆଣ୍ଟୋନିଓ ବିମାନ ବନ୍ଦରରେ ଅବତରଣ କରିଥିଲା। ଗୋଟିଏ ଇଞ୍ଜିନ୍ ଚାଲୁଥିବା ଅବସ୍ଥାରେ ବିମାନଟି ଧୀରେ ଧୀରେ ‘ଆରାଇଭାଲ୍ ଗେଟ୍’ ନିକଟକୁ ଯାଉଥିଲା ବେଳେ ବିମାନ ବନ୍ଦରର ଉକ୍ତ କର୍ମଚାରୀଜଣଙ୍କୁ ଶୋଷାଡ଼ି (ଟାଣି) ନେଇଥିଲା।
ଇଞ୍ଜିନ୍ ଭିତରକୁ ଶୋଷାଡ଼ି ହୋଇ ମୃତ୍ୟୁବରଣ କରିଥିବା ଉକ୍ତ କର୍ମଚାରୀଙ୍କ ନାମ ପ୍ରକାଶ କରାଯାଇନାହିଁ। କିନ୍ତୁ, ସେ ‘ୟୁନିଫାଇ ଆଭିଏସନ୍’ ନାମକ କମ୍ପାନିରେ କାମ କରୁଥିଲେ। ବିମାନ ବନ୍ଦରରେ ଅବତରଣ କରୁଥିବା ବିମାନଗୁଡ଼ିକ ପାଇଁ ଏହି କମ୍ପାନି ଆବଶ୍ୟକ ସେବା ପ୍ରଦାନ କରିଥାଏ। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ନ୍ୟାସ୍ନାଲ୍ ଟ୍ରାନ୍ସ୍ପୋର୍ଟେସନ୍ ସେଫ୍ଟି ବୋର୍ଡ’ (ଏନ୍ଟିଏସ୍ବି) କହିଛି, ଆଟ୍ଲାଣ୍ଟାର ଉକ୍ତ ଏୟାର୍ଲାଇନ୍ ସହିତ ଯୋଗାଯୋଗ କରାଯାଇ ସୂଚନା ସଂଗ୍ରହ କରାଯାଉଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking