ଢେଙ୍କାନାଳ( ଦେବାଶିଷ ପଟ୍ଟନାୟକ ) ପୌରାଞ୍ଚଳର ହାଟରୋଡ ହରିଜନ ସାହିରେ ମା ହେଲେ ଅଲୋଡ଼ା । ମା ଜମ୍ବେଇ ନାଏକ ବହୁ ଦୁଃଖ କଷ୍ଟକରି 3 ପୁଅ ଓ ଜଣେ ଝିଅକୁ ବଡ଼ କରି ବିବାହ କରାଇଥିଲେ । ।ହେଲେ ସେହି ମା ଏବେ ଅଲୋଡ଼ା ହୋଇ ୪ ଦିନ ଧରି ହାଟରୋଡର ରାସ୍ତାରେ ପଡିରହିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଯୁବକମାନଙ୍କ ଦ୍ଵାରା ପୁଅ ଓ ଝିଅମାନଙ୍କୁ ଖବର ଦିଆଯାଇଥିଲେ ମଧ୍ୟ୍ୟ ସେମାନେ ନେବାକୁ ନାରାଜ। କାହିଁକି ନା ପୁଅ ବୋହୁ ମାନେ ମାଡମାରି ଏହି ବୃଦ୍ଧା ମହିଳାଙ୍କୁ ଘରୁ ବାହାର କରି ଦେଇଛନ୍ତି l ଏପରି କି ବୃଦ୍ଧା ମହିଳାଙ୍କ ନିଜ ଘର ମଧ୍ୟ ବୃଦ୍ଧା ମହିଳାଙ୍କ ରାସନ କାର୍ଡ ଥାଇ ମଧ୍ୟ ସେଇ ମହିଳାଙ୍କୁ ରାସନ ଦିଆ ଯାଉନାହିଁ ଏବେ କରୋନା ରେ ଏହି ବୃଦ୍ଧା କଣ କରିବେ ଏହି ବୃଦ୍ଧାଙ୍କ ରାସନ ପ୍ରଶାସନ ଖାଉଛି ନା ଡିଲର ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ଏହି ଖବର ପାଇ ଜଣେ ସମାଜ ସେବକ ପଙ୍କଜ ବାବୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ।