27.1 C
Bhubaneswar
Monday, May 13, 2024
Homeଦେଶ ବିଦେଶଲଣ୍ଡନରେ ୧୪୪୬ କୋଟିର ଘର କିଣିବେ ପୁନାୱାଲା

ଲଣ୍ଡନରେ ୧୪୪୬ କୋଟିର ଘର କିଣିବେ ପୁନାୱାଲା

ନୂଆଦିଲ୍ଲୀ: କୋଭିଡ୍‌ ଟିକା ନିର୍ମାତା ତଥା ଭାରତୀୟ ଶିଳ୍ପପତି ଅଦର ପୁନାୱାଲା ଲଣ୍ଡନ୍‌ରେ ୧୪୪୬ କୋଟି ଟଙ୍କାର ଘର କିଣିବାକୁ ଯାଉଛନ୍ତି। ଲଣ୍ଡଡ଼୍ର ସବୁଠାରୁ ଦାମୀ ବଙ୍ଗଳା ଭାବେ ପରିଗଣିତ ୨୫,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଥିବା ମେ›ଫେୟାରକୁ କିଣିବାକୁ ସେ ଯୋଜନା କରୁଛନ୍ତି। ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୦୨୩ରେ ସବୁଠାରୁ ଦାମୀ ସମ୍ପତ୍ତି କହାଯାଉଥିବା ଲଣ୍ଡନର ଏହି ଘର ୧୩୮ ନିୟୁତ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପାଖାପାଖି ୧୪୪୬ କୋଟି ଟଙ୍କା)ରେ ବିକ୍ରି ହେବ ବୋଲି ଅନୁମାନ କରାଯାଉଛି।

ପୋଲାଣ୍ଡର ସବୁଠାରୁ ଧନୀ ମହିଳା ଡୋମିନିକା କୁଲ୍‌ଜିକ୍‌ ହାଇଡ୍‌ ପାର୍କ ନିକଟରେ ଥିବା ୧୯୨୦ ଦଶକର ଏହି ବିଶାଳ ବାସଭବନ ଆବରକନ୍‌ୱେ ହାଉସ୍‌କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୁନାୱାଲାଙ୍କ ପରିବାରର ବ୍ୟାବସାୟିକ ସଂସ୍ଥା ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ବ୍ରିଟେନ୍‌ ସ୍ଥିତ ସହଯୋଗୀ ସେରମ୍‌ ଲାଇଫ୍‌ ସାଇନେ୍‌ସସ୍‌ ଏହି ସମ୍ପତ୍ତି କିଣିବ। ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟ୍‌ ବ୍ରୋକରଙ୍କ କହିବାନୁଯାୟୀ, ମୂଲ୍ୟ ଦୃଷ୍ଟିରୁ ଆବରକନୱେ ହାଉସ୍‌ ହେଉଛି ୨୦୨୩ର ସବୁଠାରୁ ବଡ଼ ବିକ୍ରି ଏବଂ ଲଣ୍ଡନରେ ବିକ୍ରି ହୋଇଥିବା ଦ୍ୱିତୀୟ ସର୍ବାଧିକ ମୂଲ୍ୟର ଘର। ସେରମ୍‌ ଲାଇଫ୍‌ ସାଇନ୍‌ସେସ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ପୁନାୱାଲା ପରିବାର ସ୍ଥାୟୀ ଭାବେ ବ୍ରିଟେନକୁ ସ୍ଥାନାନ୍ତରିତ ହେବାର କୌଣସି ଯୋଜନା ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking