31.1 C
Bhubaneswar
Wednesday, May 29, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ରାମବାଣ ଡାଳିମ୍ବ

ସ୍ୱାସ୍ଥ୍ୟ ପାଇଁ ରାମବାଣ ଡାଳିମ୍ବ

ଭୁବନେଶ୍ଵର: ଡାଳିମ୍ବ ପ୍ରୟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । ସ୍ୱାସ୍ଥ୍ୟ ପାଇଁ ଏହା ରାମବାଣ ସଦୃଶ । ଡାଳିମ୍ବ ଶରୀରରେ ରକ୍ତର ମାତ୍ରା ବଢାଇବାଇଥାଏ । ଡାଳିମ୍ବର ମଞ୍ଜି ଠାରୁ ଆରମ୍ଭ କରି ତା’ର ଚୋପା ପର୍ଯ୍ୟନ୍ତ ସବୁଥିରୁ ଶରୀରକୁ ପୋଷକ ତତ୍ତ୍ଵ ମିଳିଥାଏ । ଡାଳିମ୍ବ ଚୋପାରେ ଭିଟାମିନ୍ କେ, ଭିଟାମିନ୍ ବି, ଭିଟାମିନ୍ ଏ, ଭିଟାମିନ୍ ଡି, କ୍ୟାଲସିୟମ୍, ପୋଟାସିୟମ୍, ଜିଙ୍କ୍, ଓମେଗା ଫ୍ୟାଟି ଏସିଡ୍, ଫାଇବର ଓ ପ୍ରୋଟିନ୍ ମଧ୍ୟ ମିଳିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଆଣିଥାଏ। ଡାଳିମ୍ବ ଚୋପା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ପରିମାଣ ଭରପୁର ପରିମାଣରେ ଥାଏ । ଡାଳିମ୍ବ ଚୋପା ଖାଇଲେ ଅର୍ଶ, ଅନିୟମିତ ଋତୁସ୍ରାବ ଏବଂ ପେଟ ଦରଜ ପରି ସମସ୍ୟା ଦୂର ହୋଇଥାଏ । ଏହା ଆପଣଙ୍କୁ ହୃଦ୍‌ଜନିତ ରୋଗ ତଥା ହୃଦରୋଗରୁ ରକ୍ଷା କରିଥାଏ । ଡାଳିମ୍ବ ଚୋପା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମିଯାଏ । ଏହା ଉଭୟ ଅକ୍ସିଡେଟିଭ୍ ଚାପ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଡାଳିମ୍ବ ଚୋପା ସୂର୍ଯ୍ୟ-ଅତି ବାଇଗଣୀ ରଶ୍ମି ଏଜେଣ୍ଟ ଧାରଣ କରିଥାଏ । ଏହାର ଚୋପା କୁ ବ୍ୟବହାର କଲେ ସନ ଟ୍ୟାନକୁ ମଧ୍ୟ ଅପସାରଣ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking