16.1 C
Bhubaneswar
Tuesday, November 26, 2024
Homeଓଡିଶାଦୁର୍ଘଟଣାରେ ପୋଲିଂ କର୍ମଚାରୀ ମୃତ, ୧୫ ଲକ୍ଷ ସହାୟତା ରାଶି ଘୋଷଣା

ଦୁର୍ଘଟଣାରେ ପୋଲିଂ କର୍ମଚାରୀ ମୃତ, ୧୫ ଲକ୍ଷ ସହାୟତା ରାଶି ଘୋଷଣା

ନବରଙ୍ଗପୁର: ବାଇକ ଧକ୍କାରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ । ମୃତକ ଜଣକ ହେଉଛନ୍ତି କୋଷାଡଗୁମୁଡ଼ା ବ୍ଲକ କକୁଡ଼ି ସେମଳା ଗ୍ରାମର ଅଲେଖ ରନ୍ଧାରି । ସେ ସେହି ଗ୍ରାମର ବିଦ୍ୟାଳୟରେ ପିଅନ ଭାବରେ କାମ କରୁଥିଲେ । ନିର୍ବାଚନ ପାଇଁ ଗତକାଲି ପୋଲିଂ ପାର୍ଟି ସହ ସେ ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ ନଂ ୧୯୬କୁ ଆସୁଥିଲେ । ବସରୁ ଓହ୍ଲାଇ ବୁଥକୁ ଯିବା ସମୟରେ ପଛପଟୁ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ପରିବାରୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି ।
ସୂଚନା ଅନୁଯାଯୀ, ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ପୋଲିଂ ଅଫିସରମାନେ ବୁଥରେ ପହଞ୍ଚୁଛନ୍ତି । ଏହି କ୍ରମରେ ଗତକାଲି ପୋଲିଂ ପାର୍ଟି ସହ ମୃତ ଅଲେଖ ରନ୍ଧାରି ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ ନଂ ୧୯୬କୁ ଆସୁଥିଲେ । ବସରୁ ଓହ୍ଲାଇ ବୁଥକୁ ଯିବା ବାଟରେ ଏକ ବାଇକ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ସହାୟତା ପ୍ରଦାନ ନେଇ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking