27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶନୀତି ଆୟୋଗ ରିପୋର୍ଟ; ଦେଶରେ ଦାରିଦ୍ର‌୍ୟ ହାର ୫%ରୁ କମ୍‌

ନୀତି ଆୟୋଗ ରିପୋର୍ଟ; ଦେଶରେ ଦାରିଦ୍ର‌୍ୟ ହାର ୫%ରୁ କମ୍‌

ନୂଆଦିଲ୍ଲୀ:  ଦେଶରେ ଦାରିଦ୍ର‌୍ୟ ହାର ୫%ରୁ ମଧ୍ୟ କମ୍ ରହିଛି । ଏଭଳି ଏକ ଆଶ୍ଚର୍ଯ୍ୟଚକିତ ରିପୋର୍ଟ ଦେଇଛି ଦେଶର ଥିଙ୍କଟ୍ୟାଙ୍କ୍ ନୀତି ଆୟୋଗ । ନୀତି ଆୟୋଗ ଅନୁସାରେ ଗତ କିଛି ବର୍ଷ ମଧ୍ୟରେ ଦେଶରେ ଆତ୍ମନିର୍ଭରଶୀଳ ହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଦାରିଦ୍ର‌୍ୟ ସୀମାରେଖାରୁ ଊର୍ଦ୍ଧ୍ୱକୁ ଉଠିବାରେ ସକ୍ଷମ ହୋଇଛନ୍ତି । ରବିବାର ବିଳମ୍ବିତ ରାତିରେ ନୀତି ଆୟୋଗର ସିଇଓ ବିବି ଆର ସୁବ୍ରମଣ୍ୟମ୍ ଏହି ରିପୋର୍ଟକୁ ସାର୍ବଜନୀନ କରିଛନ୍ତି । ରିପୋର୍ଟ ଅନୁସାରେ ନୀତି ଆୟୋଗ ପକ୍ଷରୁ ଘରୋଇ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ କରାଯାଇଥିଲା । ଏଥିରେ ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସାମିଲ କରାଯାଇଥିଲା । ତେବେ ସର୍ଭେ ଫଳାଫଳ ଅନୁଯାୟୀ ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳରେ ଦାରିଦ୍ର‌୍ୟ ସୀମାରେଖାରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଯେଉଁମାନେ ପୂର୍ବରୁ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିଲେ ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ ଆଥିôର୍କ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି । ଅବଶ୍ୟ ଗ୍ରାମୀଣସ୍ତରରେ ଲୋକଙ୍କ ଖର୍ଚ୍ଚ ତୁଳନାରେ ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଖର୍ଚ୍ଚ ପରିମାଣ ଯଥେଷ୍ଟ ଅଧିକ ରହିଛି ତଥାପି ଦାରିଦ୍ର‌୍ୟ ହାରରୁ ଅନେକ ଲୋକ ବାହାରିବା ନିଶ୍ଚିତ ଭାବେ ଶୁଭ ଖବର ବୋଲି ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking