30.1 C
Bhubaneswar
Monday, May 20, 2024
Homeଅପରାଧପୁଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା; ଘଟଣାସ୍ଥଳକୁ ଯାଉଥିବା କମାଣ୍ଡୋ ଟିମ୍ ଉପରେ ଆକ୍ରମଣ

ପୁଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା; ଘଟଣାସ୍ଥଳକୁ ଯାଉଥିବା କମାଣ୍ଡୋ ଟିମ୍ ଉପରେ ଆକ୍ରମଣ

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରର ତେଙ୍ଗ୍‌ନୌପାଲ୍ ଜିଲ୍ଲାରେ ମଙ୍ଗଳବାର ସକାଳେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ଏହି ଘଟଣା ପରେ ସୀମାବର୍ତ୍ତୀ ଅଞ୍ଚଳକୁ ଯାଉଥିବା ରାଜ୍ୟ ପୁଲିସର ଏକ କମାଣ୍ଡୋ ଟିମ୍ ଉପରେ ସନ୍ଦିଗ୍ଧ ବିଦ୍ରୋହୀମାନେ ଘାତକ ଆକ୍ରମଣ କରିଛନ୍ତି । ତେଙ୍ଗନୌପାଲ୍ ଜିଲ୍ଲାଠାରୁ ୧୦ କିମି ଦୂରରେ ହୋଇଥିବା ଏହି ଆକ୍ରମଣରେ କେତେକ କମାଣ୍ଡୋ ଗୁରୁତର ଆହତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ସରକାରୀ ସୂତ୍ର ଅନୁସାରେ ଆସାମ ରାଇଫଲ୍ସର ଯବାନ ଘଟଣାସ୍ଥଳରେ ପହଞ୍ଚି ପୁଲିସ କମାଣ୍ଡୋଙ୍କୁ ଉଦ୍ଧାର କରିବା ସହିତ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି ।

ସୂଚନାଯୋଗ୍ୟ, ଭାରତ-ମ୍ୟାଁମାର ସୀମାବର୍ତ୍ତୀ ତେଙ୍ଗନୌପାଲ୍ ଜିଲ୍ଲାର ମୋରେହ ସହରରେ ମଙ୍ଗଳବାର ସକାଳେ ବରିଷ୍ଠ ପୁଲିସ ଅଧିକାରୀ ଚିଙ୍ଗ୍‌ଥମ୍ ଆନନ୍ଦ କୁମାର ନିର୍ମାଣାଧୀନ ଏକ ହେଲିପ୍ୟାଡ୍‌ର ନିରୀକ୍ଷଣ କରୁଥିବା ବେଳେ ସନ୍ଦିଗ୍ଧ ଉଗ୍ରବାଦୀ ତାଙ୍କୁ ଗୁଳି କରିଥିଲେ । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ସେ ପ୍ରାଣ ହରାଇଥିଲେ । ପୁଲିସ ଅଧିକାରୀଙ୍କ ହତ୍ୟାପରେ ବରିଷ୍ଠ ପୁଲିସ ଅଧିକାରୀ ଓ ଅର୍ଦ୍ଧ ସାମରିକ ବାହିନୀ ଅଧିକାରୀଙ୍କ ନେତୃତ୍ୱରେ ଅତିରିକ୍ତ ସୁରକ୍ଷାବଳ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ସନ୍ଦିଗ୍ଧ ଆକ୍ରମଣକାରୀ ଧରିବା ପାଇଁ ଅପରେସନ୍ ଆରମ୍ଭ ହୋଇଥିଲା ।

ଏହି ଅପରେସନ୍ ପାଇଁ ମଣିପୁର ପୁଲିସ କମାଣ୍ଡୋ ଟିମ୍‌କୁ ମଧ୍ୟ ମୋରେହ ପଠାଇଥିଲା । ପୁଲିସ ଅଧିକାରୀଙ୍କୁ ହତ୍ୟା ପରେ ଜାତିଗତ ହିଂସା ପ୍ରଭାବିତ ମଣିପୁରରେ ଫେରିଆସୁଥିବା ସାମାନ୍ୟ ସ୍ଥିତିି ପୁଣିଥରେ ବାଧାପ୍ରାପ୍ତ ହୋଇଛି । ସୁରକ୍ଷାବଳ ଏବଂ ବିଦ୍ରୋହୀଙ୍କ ମଧ୍ୟରେ ଉତ୍ତେଜନା ପୁଣି ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ମୋରେହକୁ ପୁଲିସ ପଠାଇବା ଏବଂ କୁକି ନାଗରିକଙ୍କ ବିରୋଧରେ ଅନ୍ଧାଧୁନ୍ଧ ଅଭିଯାନ ଆରମ୍ଭ ଉଦ୍ୟମକୁ କୁକି ନାଗରିକ ସମାଜ ସମୂହ କଡ଼ା ନିନ୍ଦା କରିଛି । ଅଳ୍ପସଂଖ୍ୟକ କୁକି ସମୁଦାୟ ବିରୋଧରେ ଯେକୌଣସି ଅପ୍ରିୟ ଘଟଣାକୁ ରୋକିବା ନିମନ୍ତେ ପୁଲିସ କମାଣ୍ଡୋ ଫେରାଇ ନେବା ପାଇଁ ନାଗରିକ ସମାଜ ସମୂହ କୁକି ଇନ୍‌ପି ଏକ ବୟାନରେ ଭାରତ ସରକାରଙ୍କୁ ନିବେଦନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking