ଲକ୍ଷ୍ନୌ: ଯାହାକୁ ଆମେ ରକ୍ଷକ ଭାବୁ ଯଦି ସିଏ ନିଜେ ଭକ୍ଷକ ହେବ ତେବେ ଆମେ କରିବା କଣ? ନିଜର ବିପଦ ଆପଦ ସମୟରେ ଆମେ ଯାହାଙ୍କୁ ସାହାଭରଷା ମଣିଥାଉ ସିଏ ଯଦି ରାକ୍ଷସ ପାଲଟିବେ ତେବେ କାହାକୁ କହିବେ ଲୋକେ । ଏମିତି ଏକ ଘଟଣା ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଘଟିଛି । ସୂଚନା ଅନୁଯାୟୀ, ଜଣେ ପୂର୍ବତନ ପୋଲିସ ଇନିସ୍ପେକ୍ଟର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଖବର ସାମ୍ନାକୁ ଆସିଛି । ସବୁଠୁ ବଡ଼ କଥା ହେଲା, ଆପତ୍ତିଜନକ ଅବସ୍ଥାରେ ନାବାଳିକାଙ୍କ ସହ ଇନସ୍ପେକ୍ଟରଙ୍କୁ ଏକ କଠୋରୀରୁ ଉଦ୍ଧାର କରିଥିଲେ ପରିବାର ଲୋକ । ତେବେ ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସହ ନାବାଳିକାଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି । ଏହାସହ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ । କିଛି ଦିନ ତଳେ ଇନସ୍ପେକ୍ଟର ଦୀନେଶ କାନପୁର ଏକ ଥାନାରେ ଇନ୍ଚାର୍ଜ ଥିଲେ । ଆଉ ସେହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ସେ ଘର ବି ନିର୍ମାଣ କରିଥିଲେ । ଦୀନେଶ ନିଜ ଘର ଭଡ଼ାରେ ଲଗାଇଥିଲେ । ଆଉ ସେହି ଘରେ ହିଁ ନାବାଳିକାଙ୍କ ସହ ପୋଲିସ ବାବୁ ଜଣକ ଦୁଷ୍କର୍ମ କରିଛନ୍ତି । ଦୀନେଶ ତ୍ରିପାଠୀ ରବିବାର ରାତିରେ ତାଙ୍କ ଘରକୁ ଆସି ସେଠାରେ ନାବାଳିକାଙ୍କୁ କୋଠରୀରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ । ସେପଟେ ପୋଲିସ କହିଛି ଯେ, ଦୀନେଶ ତ୍ରିପାଠୀଙ୍କ ସ୍ଥାନୀୟ ଫ୍ରେଣ୍ଡସ୍ କଲୋନୀରେ ଏକ ଘର ଅଛି । ଯେଉଁଠାରେ ପୀଡିତା ତାଙ୍କ ପରିବାର ସହିତ ଭଡା ଘରେ ରହୁଥିଲେ । ଆଉ ପରିବାରର ଅଭିଯୋଗ ଅନୁସାରେ, ପୋଲିସ ମାମଲା ମଧ୍ୟ ଦାୟର କରିଛି । ତେବେ କାନପୁରରେ ପୋଲିସର ଏମିତି କାଣ୍ଡ କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଜଣେ ପୋଲିସର ବରିଷ୍ଠ ଅଫିସର ଜଣେ ୧୫ ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏମିତିକି ତାଙ୍କୁ ଘଟଣା ସମ୍ପର୍କରେ କାହାକୁ ନକହିବାକୁ ଧମକ୍ ମଧ୍ୟ ଦେଇଥିଲେ । କେବଳ ଧମକ ଦେଇଥିଲେ ତାହା ନୁହେଁ ବରଂ ତାଙ୍କୁ ମାରିଦେବାକୁ ଉଦ୍ୟମ ମଧ୍ୟ କରିଥିଲେ । ଯାହାକୁ ନେଇ ସେହି ସମୟରେ ଚର୍ଚ୍ଚା ଜୋର ଧରିଥିଲା । ସେ ଯାହାବି ହେଉ ପୋଲିସର ଏପରି କାମକୁ ସବୁଆଡ଼େ ନିନ୍ଦା କରାଯାଉଛି ।