କେନ୍ଦ୍ରାପଡା: କେନ୍ଦ୍ରାପଡାରେ ମାଳମାଳ ସାହିତ୍ୟ ସଂଗଠକ ହେଲେ ସାହିତ୍ୟକୁ ରୁଚିମନ୍ତ ଓ ଜୀବନ୍ତ ଦେଇଥିବା ପଲ୍ଲୀକବି ନନ୍ଦକିଶୋରଙ୍କ ଜୟନ୍ତୀ କୌଣସି ସାହିତ୍ୟ ସଂଗଠନ ପାଳନ କରିଲେ ନାହିଁ। ଏହା ସାହିତ୍ୟ ଜଗତକୁ କୁଠାରଘାତ କହିଲେ ଅତ୍ୟୁକ୍ତି ହେବନାହିଁ। ଜିଲ୍ଲାର ବ୍ଲକ ଗୁଡିକରେ ସାହିତ୍ୟ ସଂଗଠନ ମାନ ତିଆରି କରି ନିଜକୁ ସାହିତ୍ୟ ଜଗତର ସର୍ବେସର୍ବା ଏବଂ ବାଦ୍ଶାହା ବୋଲି ଭାବୁଥିବା କେତେକ ଛଦ୍ମବେଶୀ ସାହିତ୍ୟ ସଂଗଠକ ନିଜର ଛବି ଗଣମାଧ୍ୟମରେ ପ୍ରତିପାଦିତ କରିବାକୁ ପ୍ରତିଯୋଗିତାରେ ଲାଗିପଡିଛନ୍ତି। ଗତ ୨୨ ତାରିଖ ଦିନ ପଲ୍ଲୀକବି ନନ୍ଦକିଶୋରଙ୍କ ଜନ୍ମତିଥି ଥିଲା। ୧୮୭୫ ମସିହା କଟକର କୁସୁପୁର ଠାରେ ସେ ଜନ୍ମଗ୍ରହଣ କରିଥିଲେ। ଓଡିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ସେ ପଲ୍ଲୀକବି ଭାବେ ପରିଚିତ। ଗାଉଁଲି ସରଳ ଜୀବନକୁ ଆଧାରିତ କରି ତାଙ୍କ ରଚନା ଗୁଡିକ ବେଶ୍ ଲୋକପ୍ରିୟ ହୋଇଥିଲା। କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ରାପଡାରେ ସାହିତ୍ୟ ସଂଗଠକମାନେ ସାହିତ୍ୟ ନିମନ୍ତେ ଡିଣ୍ଡିମ ପିଟୁଥିବାବେଳେ ଏହି କବିଙ୍କର ଜୟନ୍ତୀ ପାଳନକୁ ଭୁଲିଯିବା ଅତି ଦୁଃଖ ଏବଂ ପରିତାପର ବିଷୟ। ସାହିତ୍ୟ ଜ୍ଞାନ ବିଷୟରେ ଧାରଣା ନଥିବା କିଛି କଥା କଥିତ ନିଜକୁ ଜଣେ ସୁସାହିତ୍ୟକ ଭାବେ ସମାଜରେ ପ୍ରତିଷ୍ଠିତ ହେବା ପାଇଁ କେନ୍ଦ୍ରାପଡାରେ ଏକ ପରିଣତ ହୋଇଛି। ଏହିପରି ଅନେକ କବି ଏବଂ ଲେଖକଙ୍କ ଜୟନ୍ତୀ ପାଳନକୁ ମଧ୍ୟ ଏହି ସାହିତ୍ୟ ସଂଗଠନମାନେ ଅତୀତରେ ଭୁଲିଯାଇଥିବାର ଅନେକ ଉଦାହରଣ ରହିଛି।










