ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଦ୍ୱାରା ଜେରାର ସମ୍ମୁଖୀନ ହେଉଥିବା ବିଆର୍ଏସ୍ ନେତ୍ରୀ ତଥା ତେଲେଙ୍ଗାନା ବିଧାୟିକା କେ.କବିତା ଏହାର ପ୍ରତିବାଦରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି । ଆସନ୍ତା ୨୪ରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହାର ଶୁଣାଣି କରାଯିବ । ସୂଚନାଯୋଗ୍ୟ ଏହି ମାମଲାରେ ମାର୍ଚ୍ଚ ୧୧ରେ କବିତାଙ୍କୁ ଇଡି କାର୍ଯ୍ୟାଳୟରେ ଦୀର୍ଘ ୯ ଘଣ୍ଟା ଜେରା କରାଯାଇଥିବାବେଳେ ଆସନ୍ତାକାଲି ଅର୍ଥାତ ୧୬ରେ ପୁଣି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।