ନୂଆଦିଲ୍ଲୀ: ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘରେ ଜାତୀୟ ପତାକା ଉଡ଼ାଇ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ବ୍ୟାପକ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହାଦ୍ବାରା ଜାତୀୟ ପତାକା ସହିତ ଆମର ନିବିଡ଼ତା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ, ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ଅବସରରେ ପାଳନ କରାଯାଉଥିବା ‘ସ୍ବାଧୀନତାର ଅମୃତ ମହୋତ୍ସବ‘ ସହ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ସମକକ୍ଷ କରିବା ଲାଗି ସରକାର କଳ୍ପନା କରିଥିଲେ। ଏ ସଂକ୍ରାନ୍ତରେ କେତେଗୁଡ଼ିଏ ଟୁଇଟ୍ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ତ୍ରିରଙ୍ଗା ପତାକା ସହିତ ଆମର ଘନିଷ୍ଠତା ନିବିଡ଼ ହେବ। ୧୯୪୭ ଜୁଲାଇ ୨୨ ତାରିଖରେ ଆମେ ଏହି ତ୍ରିରଙ୍ଗା ପତାକାକୁ ଗୃହୀତ କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
This year, when we are marking Azadi Ka Amrit Mahotsav, let us strengthen the Har Ghar Tiranga Movement. Hoist the Tricolour or display it in your homes between 13th and 15th August. This movement will deepen our connect with the national flag. https://t.co/w36PqW4YV3
— Narendra Modi (@narendramodi) July 22, 2022