20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶ୯ କୋଟି ଚାଷୀଙ୍କୁ ମୋଦି ଦେବେ ୧୯ ହଜାର କୋଟି

୯ କୋଟି ଚାଷୀଙ୍କୁ ମୋଦି ଦେବେ ୧୯ ହଜାର କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା  ହିତାଧିକାରୀଙ୍କ ପାଇଁ ଖୁସି ଖବର ରହିଛି । ପିଏମ ମୋଦି ଆସନ୍ତା ୯ ଅଗଷ୍ଟରେ ସାରାଦେଶରେ ୯ କୋଟି କୃଷକଙ୍କୁ ପିଏମ କୃଷକ ଯୋଜନା ଅନୁସାରେ ୧୯୦୦୦ ଟଙ୍କା ପଠାଇବେ । ପ୍ରତି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଟଙ୍କା ଆସିବ । ଏଥିରେ ସରକାର କୃଷକ ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ ହଜାର ଟଙ୍କା ଟ୍ରାନ୍ସଫର କରନ୍ତି । ଏପର୍ଯ୍ୟନ୍ତ କୃଷକଙ୍କୁ ୮ଟି କିସ୍ତି ପଠାସରିଛି । ଏବେ ୯ମ କିସ୍ତି ପଠାଯିବ ।
ଏହାପୂର୍ବରୁ ୮ମ କିସ୍ତି ୧୪ ମେ ରେ କରାଯାଇଥିଲା । ଗତବର୍ଷ ପିଏମ କୃଷକ ଯୋଜନାର ଶେଷ କିସ୍ତି ଉପରେ ଅର୍ଥାତ ୨୫ ଡିସେମ୍ବର ୨୦୨୦ରେ ଦିଆଯାଇଥିଲା । ମମତା ବାନାର୍ଜୀଙ୍କ କ୍ଷମତାସୀନ ବଙ୍ଗଳା ସରକାର ପ୍ରଥମେ ଏହି ଯୋଜନା ଲାଗୁ କରିବାକୁ ନେଇ ବିରୋଧ କରିଥିଲେ । ହେଲେ ଗତଥର ଏହି ଯୋଜନାରେ ସାମିଲ ହୋଇଗଲେ ।
ପିଏମ କିଷାନ ଯୋଜନାରେ ସରକାର ଚାଷୀଙ୍କୁ ୬ ହଜାର ଟଙ୍କାର ବାର୍ଷିକ ଆୟ ସହାୟତା ପ୍ରଦାନ କରନ୍ତି । ପ୍ରତି ୪ ମାସରେ ଥରେ ୨ ହଜାର ଟଙ୍କା ୩ ଥର ଦିଆଯାଏ । ଏହି ଯୋଜନା ୨୪ ଫେବୃୟାରୀ ୨୦୧୯ରେ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking