ବଡ଼ସାହି : ମୟୁରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡ଼ୁଙ୍କର ସ୍ବର୍ଗତ ପିତା ସୁକୁଲ ଟୁଡ଼ୁଙ୍କର ଏକାଦଶାହ ଉପଲକ୍ଷେ ତାଙ୍କର ପୈତୃକ ଗ୍ରାମ ପରମାନନ୍ଦଠାରେ ଏକ ସ୍ମୃତି ସଭା ଏବଂ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍ମୃତି ଚାରଣ ସଭାରେ ଢେଙ୍କାନାଳ ସାଂସଦ ମହେଶ କୁମାର ସାହୁ, ବିଧାୟକ ପ୍ରକାଶ ସରେନ, ବିଧାୟକ ରାଜକିଶୋର ଦାସ, ଗଣେଶରାମ ସିଂ ଖୁଣ୍ଟିଆ,ପୂର୍ବତନ ବିଧାୟକ ତଥା ମହାରାଜା ପ୍ରବୀଣ ଭଞ୍ଜ ଦେଓ,ପୂର୍ବତନ ବିଧାୟଳ କାନ୍ଦ୍ରା ସୋରେନ,ଜିଲ୍ଲା ପରିଷଦ ଉପାଧକ୍ଷ ନରେନ୍ଦ୍ର ନାଥ ସାହୁ,ଜାମାଦା ବ୍ଲକ ଅଧକ୍ଷ ମାଳତି ଆଲଦା, ମୋରଡା ବ୍ଲକର ପୂର୍ବତନ ଅଧକ୍ଷ ବୈଦନାଥ ମହାନ୍ତ, କୁଡୁମି ମହାସଭାର ମହାସଚିବ ଆଇନଜୀବୀ ବସନ୍ତ କୁମାର ମହାନ୍ତ,ଉଦଳା ଏନଏସସିର ପୂର୍ବତନ ନଗରପାଳ ସୌଭାଗ୍ୟ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଭୁବନାନନ୍ଦ ମହାନ୍ତ,ବିଜେପିର ଜୀବନ କୁମାର ସାହୁ,ସଂଜୀବ ମହାନ୍ତି, କୃପା ସିନ୍ଧୁ ମହାନ୍ତ,ପ୍ରଦୀପ କୁମାର ମହାନ୍ତି, ପ୍ରମିଳା ପଣ୍ଡା,ପଦ୍ମ ଚରଣ ହାଇବୁରୁ, ଶୋଭାବତୀ ଓତା,ପ୍ରବୀଣ ପାତ୍ର, କୁମାର ମଙ୍ଗଳମ,କାଳିଚରଣ ନାୟକ,କମଳେନ୍ଦୁ ଲାଲ ମହାନ୍ତ,ଜେଏମଏମ ର ଜିଲ୍ଲା ସଭାପତି ଫାଗୁ ହାଁସଦା,ବିଜେପିର ବରିଷ୍ଠ ନେତା ପର୍ଶୁରାମ ପରିଡା, ଉମାକାନ୍ତ ମହାପାତ୍ର,ବିଜେପିର ରାଜ୍ୟ ସମ୍ପାଦିକା ସିପ୍ରା ବାଜେପେୟୀ,ରାଜ୍ୟ ସମ୍ପାଦକ ନବୀନ ରାମ,ବରିଷ୍ଠ ସଂଗଠକ ଛୋଟ ଲାଲ ମହାନ୍ତ ପ୍ରମୁଖ ସ୍ବର୍ଗତ ସୈନିକ ସୁକୁଲ ମୁର୍ମୁଙ୍କର ଆଦର୍ଶ ଦେଶପ୍ରେମ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥଲେ । ଏହି ଅବସରରେ ଇକୋଫ୍ରେଣ୍ଡ ପର୍ଯାବବରଣ ସୁରକ୍ଷା ଗତିଵିଧି ପକ୍ଷରୁ ସ୍ବର୍ଗତ ଆତ୍ମାପ୍ରତି ଶ୍ରଦ୍ଧା ଞ୍ଜଳୀ ଏବଂ ନିରବ ପ୍ରାର୍ଥନା ପୂର୍ବକ ବିଶ୍ୱ ତାପନରୁ ତଥା ଜଳବାୟୁପରିବର୍ତନରୁ ରକ୍ଷା ପାଇବା ପାଇଁ ଅଁଳା ଚାରା ରୋପଣ କରାଯାଇ ଥିଲା,ସାଂସଦ ଶ୍ରୀ ଟୁଡ଼ୁ ପିତାଙ୍କ ସ୍ମୃତିରେ ଚାରା ରୋପଣ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ବୋଲି ପ୍ରାକୃତିକ ଚିକିତ୍ସକ ଡ଼କ୍ଟର ପରମାନନ୍ଦ ମହାନ୍ତ,ଇକୋ ଫ୍ରେଣ୍ଡର ସଂଯୋଜକ ଡ଼କ୍ଟର ରମାକାନ୍ତ ମହାନ୍ତ ପ୍ରକାଶ କରିଛନ୍ତି । ଧନ୍ୟବାଦ ଅର୍ପଣ କରିଥିଲେ ବନ ସନ୍ଦେଶର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତ ।