36.4 C
Bhubaneswar
Wednesday, May 25, 2022
Homeଓଡିଶାମଣ୍ଡିରେ ଅବ୍ୟବସ୍ଥା ପ୍ରତିବାଦରେ ଚାଷୀ ସଂଗଠନର ବିକ୍ଷୋଭ

ମଣ୍ଡିରେ ଅବ୍ୟବସ୍ଥା ପ୍ରତିବାଦରେ ଚାଷୀ ସଂଗଠନର ବିକ୍ଷୋଭ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ରେ ପୁଣି ଚିନ୍ତାରେ ଚାଷୀ। ମଣ୍ଡି ଖୋଲୁ ଖୋଲୁ ଦେଖା ଦେଲାଣି ଅବ୍ୟବସ୍ଥା। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗିର ଜିଲ୍ଲା କୃଷକ ସଂଗଠନ। ସଂଗଠନ ଦାବି କରିଛି ଯେ, ଚଳିତ ଖରିଫ ଧାନ କିଣା ନେଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ। ଜଳସେଚିତ, ଅଣ ଜଳସେଚିତ ଅଞ୍ଚଳରେ ତାରତମ୍ୟ ନ କରି ଅଣ ଜଳସେଚିତ ଅଞ୍ଚଳରେ ବି ଏକର ପିଛା ୨୦ କ୍ଵିଣ୍ଟାଲ କରାଯାଉ। କେବଳ ଏତିକି ନୁହେଁ ଚଳିତ ବର୍ଷ ଟୋକନ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଯେଉଁ ଚାଷୀର ଧାନ ଅଛି ତାର ଟୋକନ ନାହିଁ ଓ ଯେଉଁ ଚାଷୀର ଧାନ ଅମଳ ସରି ନାହିଁ ତାର ଟୋକନ ଆସିଛି। ଏଥିସହ କଟନି ଛଟନି ବନ୍ଦ କରିବା ସହ ଅଣ ଏଫଏକ୍ୟୁ ଧାନକୁ ଏଫ୍ଏକ୍ୟୁ ମାନରେ ପରିଣତ କରିବାକୁ ଯାନ୍ତ୍ରିକ ବ୍ୟବସ୍ଥା କରିବା ପାଇଁ ଦାବି କରିଛି ସଂଗଠନ। ଏନେଇ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୪ ଦଫା ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଜିଲ୍ଲା କୃଷକ ମହାସଂଘ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking