14.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା

ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା

ଭୁବନେଶ୍ୱର,(ଓଏନଏ ): ଆଜିଠୁ ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା ବା ଫ୍ଲୋରାଫୌନା । ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ) ଦ୍ୱାରା ଫ୍ଲୋରାଫୌନା ଆରମ୍ଭ ହୋଇଛି । ସିଡିଏର ଏକ ୧୮ ଜଣିଆ ଟିମ ଦ୍ୱାରା ଉଦ୍ଭିଦ ଓ ପ୍ରାଣୀ ଗଣନା ଚାଲିଛି । ସାତପଡା ପଟୁ ୮ଟି ଓ ବାଲୁଗାଁ ପଟୁ ୧୦ଟି ଟିମ କରୁଛନ୍ତି ଗଣନା । ଏନେଇ ଚିଲିକା ଡେଭଲଅପମେଣ୍ଟ ଅଥରିଟି ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ଏହାକୁ  ଦୃଷ୍ଟିରେ ରଖି ୧୫ ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ବୋଟ୍‌ ଚଳାଚଳ ବନ୍ଦ ରହିବ । ସମସ୍ତ ବୋଟ୍‌ ମାଲିକ ସଂଘ ଓ ପିଏଫ୍‌ସିଏସ୍‌ ସଦସ୍ୟମାନେ ଏହି ସମୟରେ ସହଯୋଗ କରିବାକୁ ସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି । ଜିପିଏସ ଟ୍ରାକରେ ବାଇନକୁଲାର ସାହାଯ୍ୟରେ ଏମାନେ ଚିଲିକାରେ ଥିବା ଛୋଟଛୋଟ ଗ୍ଲୁମ ଘାସ, ଉଦ୍ଭିଦ, ଜଳଚର ପ୍ରାଣୀ, ବିଦେଶୀ ପକ୍ଷୀ ଏବଂ ଡଲଫିନ୍ ଇତ୍ୟାଦିର ଗଣନା ଓ ତା ସହିତ ସେ ସଂପର୍କରେ ଗବେଷଣା କରାଯିବ । ଏହି ଗଣନା ଓ ସର୍ଭେ ସମୟରେ ଚିଲିକା ମଧ୍ୟରେ ମତ୍ସଜୀବିଙ୍କ ଡଙ୍ଗା ଓ ଯାତ୍ରୀବାହୀ ଡଙ୍ଗା ଚଲାଚଳ ବନ୍ଦ ରଖିବା ପାଇଁ ସିଡିଏ ପକ୍ଷରୁ ବିଭିନ୍ନ ଡଙ୍ଗା ଆସୋସିଏସନକୁ ଅନୁରୋଧ କରାଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking