ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ ହୋଇଥାନ୍ତା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପାଇଁ ସେଠାରେ ଏବେ ନିର୍ବାଚନ ସ୍ଥଗିତ ରହିବ ବୋଲି ଆଇନଜୀବିମାନେ ମତ ଦେଉଛନ୍ତି ।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ନିର୍ବାଚନ ସମୟରେ ଏକ ସ୍ୱୀକୃତି ପ୍ରାପ୍ତ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଲେ ସେଠାରେ ନିର୍ବାଚନ ସ୍ଥଗିତ ରହିବ । କଂଗ୍ରେସ ଏକ ସ୍ୱୀକୃତିପ୍ରାପ୍ତ ଦଳ ହୋଇଥିବାରୁ ଏହାର ପାର୍ଥୀଙ୍କ ବିୟୋଗ ହୋଇଥିବାରୁ ଏଠାରେ ନିର୍ବାଚନ ସ୍ଥଗିତ ରହିବ । ପରେ ସେଠାରେ ନିର୍ବାଚନ ହେବ । ନିର୍ବାଚନ ତାରିଖ ପୁଣି ନିର୍ବାଚନ କମିଶନ ଘୋଷଣା କରିବେ । ଏଥିରେ କେବଳ କଂଗ୍ରେସ ନୂଆ ପ୍ରାର୍ଥୀ ଦେବ । ଅନ୍ୟ ଯେଉଁ ଦଳ ପ୍ରାର୍ଥୀ ଦେଇଥିବ ସେମାନେ ଆଉ ପରିବର୍ତ୍ତନ କରିପାରିବେ ନାହିଁ । ଯେଉଁମାନେ ଲଢୁଥିଲେ ସେମାନେ ହିଁ ପ୍ରାର୍ଥୀ ହୋଇ ଲଢିବେ । ନୂଆ ପ୍ରାର୍ଥୀ ଦେଇପାରିବେ ନାହିଁ । ଅନ୍ୟ ସବୁ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିବ । ବର୍ତ୍ତମାନ ବିଜେଡି ଓ ବିଜେପି ଯେଉଁ ପ୍ରଚାର କରୁଥିଲେ ତାହା ହଠାତ୍ ବନ୍ଦ ହୋଇଛି । ପ୍ରଶାସନ ପକ୍ଷରୁ ଏହି ବିୟୋଗ ଖବର ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ଏହାପରେ ନିର୍ବାଚନ ସ୍ଥଗିତ ରହିବ ।