ପିପିଲି – ପିପିଲି ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲା ପୋଲିସ ପ୍ରଶାସନର ତତ୍ପରତା ! ଏପ୍ରିଲ 17 ତାରିଖରେ ହେବାକୁ ଥିବା ଉପ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଆଜି ସନ୍ଧ୍ୟା 6 ଟା ସମୟରେ ପୁରୀ ଏସପିି କନୱାର ଵିଶାଲ ସିଂ ପିପିଲି ଥାନାରେ ଏକ ପ୍ରାକ ପ୍ରସ୍ତୁତି ବୈଠକ କରିଥିଲେ ! ଏହି ପ୍ରସ୍ତୁତି ବୈଠକରେ ଏସପିି ଙ୍କ ସହ ପିପିଲି SDPO ଦେବଦତ୍ତ ବରାଳ, ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ସତ୍ୟବାଦୀ ଥାନା ଆଇଆଇସି ଦେବୀପ୍ରସାଦ ପାତ୍ର, ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଂଜନ ପଟ୍ଟନାୟକ, ଏବଂ ବଳଙ୍ଗା ଥାନା ଓଆଇସି ସମରେନ୍ଦ୍ର ପାଇକରାୟ ଙ୍କ ସମେତ ଥାନାର ସମସ୍ତ ଅଫିସର ଉପସ୍ଥିତ ଥିଲେ ! ବୈଠକରେ ଉପସ୍ଥିତ ଥିବା ସମସ୍ତ ଆଇଆଇସି ଏବଂ ଏସଡିପିଓ ଙ୍କ ସହ ନିର୍ବାଚନ ମଣ୍ଡଳୀରେ ଥିବା ସାଧାରଣ ବୁଥ୍, ସମ୍ବେଦନଶୀଳ ବୁଥ୍ ଏବଂ ଅତି ସମ୍ବେଦନଶୀଳ ବୁଥ୍ ସମ୍ପର୍କରେ ଏସପିି
ଆଲୋଚନା କରିଥିଲେ ! ବିଶେଷକରି ଏହି ନିର୍ବାଚନ ମଣ୍ଡଳୀର 46 ଗୋଟି ପଞ୍ଚାୟତ ଏବଂ ପିପିଲି ଏନଏସିର 16 ଗୋଟି ୱାର୍ଡ ମଧ୍ୟରୁ ମୋଟ 348 ଗୋଟି ବୁଥ୍ ମଧ୍ୟରୁ ପ୍ରାୟ 10% ବୁଥ୍ କୁ ଅତି ସମ୍ବେଦନଶୀଳ ବୁଥ୍ ଭାବେ ନିଆ ଯାଇଛି ! ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହିତ କରିବା ପାଇଁ ଅତି ସମ୍ବେଦନଶୀଳ ବୁଥ୍ ରେ ସିସିଟିଭି, ୱେବ୍ କାଷ୍ଟିଂ , ମାଇକ୍ରୋ ଅବଜରଭର ସହିତ କେନ୍ଦୀୟ ସୁରକ୍ଷା ବଳ ନିୟୋଜିତ ହେବେ ! ପୂର୍ବ ସାଧାରଣ ନିର୍ବାଚନରେ ହୋଇଥିବା ଅପରାଧ ଉପରେ ଆଲୋଚନା ହେବା ସହ 32 ଗୋଟି ମୋବଇଲ ପାର୍ଟି, ଫ୍ଲାଇଙ୍ଗ ସ୍କ୍ୱାର୍ଡ , ଜାମିନ ବିହୀନ ଗିରଫ ପରୱାନା ଜାରୀ କରିବା ସହ ଆଇନଶୃଙ୍ଖଳା ଦୃଷ୍ଟିରୁ ସମସ୍ତ ପ୍ରକାର ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ଏହି ପ୍ରାକ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା ବୋଲି କହିଛନ୍ତି ପୁରୀ ଏସପିି କନୱାର ଵିଶାଲ ସିଂ !