32.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶକେନ୍ଦ୍ର କ୍ୟାବିନେଟରେ ସାମିଲ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍

କେନ୍ଦ୍ର କ୍ୟାବିନେଟରେ ସାମିଲ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ କଲ୍

ନୂଆଦିଲ୍ଲୀ : ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଥିବା ବେଳେ, ତାଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କ’ଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଚର୍ଚ୍ଚା ଯେ, ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ଏଥିରେ ୧୯ରୁ ୨୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିପାରନ୍ତି। ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି। ଟିଡିପି, ଏଲଜେପି (ଆର) ଏବଂ ଜେଡିୟୁ ଭଳି ଦଳର ସାଂସଦମାନେ କଲ୍ ପାଇଛନ୍ତି। ମନ୍ତ୍ରୀ ହେବା ପାଇଁ ଟିଡିପି ସାଂସଦ ଡକ୍ଟର ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜାରାପୁ ରାମ ମୋହନ ନାଇଡୁଙ୍କୁ କଲ୍ କରାଯାଇଛି। ଜଣଙ୍କ ପରେ ଜଣେ ନେତାଙ୍କୁ ପିଏମ୍‌ଓରୁ ଯାଉଛି ଫୋନ୍ କଲ୍।
ଏଥିସହ ବିଜେପି ନେତା ପିୟୁଷ ଗୋଏଲ୍‌, ରାଜନାଥ ସିଂହ, ନୀତୀନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେଡିଏସ୍‌ ନେତା କୁମାର ସ୍ୱାମୀ, ଅପ୍‌ନା ଦଳ ନେତା ଅନୁପ୍ରିୟା ପଟେଲଙ୍କ ବ୍ୟତୀତ ଜେଡିଏର ରାଜ୍ୟସଭା ସାଂସଦ ରାମ ନାଥ ଠାକୁରଙ୍କୁ ମଧ୍ୟ କଲ୍ କରାଯାଇଛି। ଏହା ସହିତ ହାମ୍‌ ନେତା ଜିତନ ରାମ ମାଂଝୀ, ସର୍ବାନନ୍ଦ ସୋନୋଓ୍ୱାଲ, ଅର୍ଜୁନ୍‌ ରାମ ମେଘଓ୍ୱାଲ,ଜୟନ୍ତ ଚୌଧୁରୀ, ଶିବରାଜ ଚୌହାନ, ସର୍ବାନନ୍ଦ ସୋନୱାଲ, ବାସଭରାଜ ବୋମ୍ମାଇ, ମନୋହର ଲାଲ ଖଟ୍ଟରଙ୍କୁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଫୋନ୍‌ ମିଳିଛି। ଏହି ସମସ୍ତ ନେତାଙ୍କୁ ମୋଦି ୩.୦ କ୍ୟାବିନେଟରେ ସାମିଲ କରାଯାଇପାରେ।

ଏନଡିଏର ବିଭିନ୍ନ ପ୍ରତିନିଧୀଙ୍କୁ ନୂତନ ପରିଷଦରେ ମନ୍ତ୍ରୀ ପରିଷଦରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ଏବଂ ସହଯୋଗୀମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଅମିତ ଶାହ ଏବଂ ରାଜନାଥ ସିଂଙ୍କ ସହିତ ବିଜେପି ସଭାପତି ଜେପି ନଡ୍ଡା, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏବଂ ଶିବସେନାର ଏକନାଥ ସିନ୍ଦେଙ୍କ ସହ ମନ୍ତ୍ରୀ ପରିଷଦରେ ଭାଗ ନେବା ବିଷୟରେ ଆଲୋଚନା କରିଛନ୍ତି। ଏହାପରେ ନାମଗୁଡିକ ଚୂଡାନ୍ତ ହୋଇଛି ଏବଂ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ଶପଥ ଗ୍ରହଣ ସମାରୋହ ପୂର୍ବରୁ ନୂଆ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ନିଜ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ଦେଖାସାକ୍ଷାତ କରିବେ। ଏଠାରେ ସେ ସେମାନଙ୍କ ସହ ଚାଏ ପେ ଚର୍ଚ୍ଚା କରିବା କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking