27.1 C
Bhubaneswar
Friday, November 22, 2024
Homeଓଡିଶାପିଜି ସ୍ପଟ ନାମଲେଖା ଆବେଦନ ସରିଲା: ଆଜି ପ୍ରକାଶ ପାଇବ ସ୍ପଟ୍ ମେଧା ତାଲିକା

ପିଜି ସ୍ପଟ ନାମଲେଖା ଆବେଦନ ସରିଲା: ଆଜି ପ୍ରକାଶ ପାଇବ ସ୍ପଟ୍ ମେଧା ତାଲିକା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଖାଲି ପଡିଥିବା ପିଜି(ସ୍ନାତକୋତ୍ତର) ସିଟ୍‌ଗୁଡିକରେ ନାମଲେଖା ଲାଗି ଆବେଦନ ପ୍ରକ୍ରୀୟା ଗୁରୁବାର ଶେଷ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ୪ ତାରିଖ ଦିନ ୨ଟା ସମୟରେ ମେଧା ତାଲିକା ପ୍ରକାଶ ପାଇବ । ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ପ୍ରବେଶିକା ମାର୍କ ଓ କ୍ୟାରିୟର ମାର୍କକୁ ଆଧାର କରି ତାଲିକା ପ୍ରକାଶ ପାଇବ । ତେବେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ, ଦ୍ୱିତୀୟ କିମ୍ବା ସ୍ପଟ ନାମଲେଖା ସମୟରେ ନାମଲେଖାଇ ପରବର୍ତ୍ତୀ ସମୟରେ ସିଏଲସି ବା ୟୁଏଲସି ନେଇ ଯାଇଛନ୍ତି ସେମାନଙ୍କୁ ନାମଲେଖା ପ୍ରକ୍ରୀୟାରୁ ବାଦ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସ୍ପଟ ନାମଲେଖା ପରେ ରାଜଧାନୀର ପ୍ରମୁଖ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇକୋନୋମିକ୍ସ ବିଭାଗରେ ୧୬, କମର୍ସରେ ୫, ଇଂରାଜିରେ ୪, ଇତିହାସରେ ୭, ଜର୍ଣ୍ଣାଲିଜିମରେ ୧୪,ବଟାନୀରେ ୪, କେମେଷ୍ଟ୍ରୀରେ ୩, ମାଇକ୍ରୋବାୟୋଲୋଜିରେ ୭, କେମେଷ୍ଟ୍ରୀରେ ୩, ବଟାନୀରେ ୪ ସିଟ ବଳକା ରହିଛି । ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବାଣିଜ୍ୟରେ ୧୦, ଇକୋନୋମିକ୍ସରେ ୧୩, ବାୟୋଟେକରେ ୪, ଇଂରାଜିରେ ୬, ବଟାନୀରେ ୩, ଓଡିଆରେ ୩, ପଲଟିକାଲ ସାଇନ୍ସରେ ୩, ଏମଏସସି କମ୍ପ୍ୟୁଟର ସାଇନ୍ସରେ ୨୦ ସିଟ ବଳକା ରହିଛି । ସେହିଭଳି ରାଜଧାନୀ କଲେଜରେ ବଟାନୀ, କେମେଷ୍ଟ୍ରୀ, ବାଣିଜ୍ୟ, ଇକୋନୋମିକ୍ସ, ଇଂରାଜିଫିଜିକ୍ସର ସମସ୍ତ ସିଟ ବଳକା ରହିଥିବା ବେଳେ କେବଳ ଓଡିଆ ବିଭାଗର ୩୨ ସିଟରୁ ୧୪ ଟି ପୂରଣ ହୋଇ ୧୮ ସିଟ ବଳକା ରହିଛି । କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ସେହିଭଳି ଓଡିଆ ପିଜି ବିଭାଗରେ ୧୦ଟି, ପଲଟିକାଲସାଇନ୍ସ ବିଭାଗରେ ୬ ଏବଂ ସୋସିଓଲୋଜି ବିଭାଗରେ ୧୨ ସିଟ ବଳକା ରହିଥିବା ସାମ୍ସ ୱେବସାଇଟରୁ ତଥ୍ୟ ହସ୍ତଗତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking