18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଖସିପାରେ ପେଟ୍ରୋଲ ଓ ଡିଜେଲ ଦର

ଖସିପାରେ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ଖସୁଛି । ୮୦ ଡଲାର ତଳେ ବ୍ରେଣ୍ଟ କ୍ରୁଡ୍‌ । ଏଭଳି ସ୍ଥିତିରେ ନରେନ୍ଦ୍ର ମୋଦି ସରକାର ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେଇପାରନ୍ତି । ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ସାଧାରଣ ନିର୍ବାଚନ ଥିବାବେଳେ ପେଟ୍ରୋଲ ଏବଂ ଡିଜେଲ ଦର ଖସାଇପାରନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।

କ୍ରମାଗତ ତୃତୀୟ ପାଳି ପାଇଁ କ୍ଷମତାକୁ ଆସିବା ପାଇଁ ଭାରତୀୟ ଜନତା ପାର୍ଟି ରଣନୀତି ପ୍ରସ୍ତୁତ କରିଛି । ଦେଶରେ ଜୀବନଧାରଣ ଖର୍ଚ୍ଚ କମାଇବା ଦିଗରେ ନରେନ୍ଦ୍ର ମୋଦି ସରକାର ଆସନ୍ତା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର କମାଇ ଲୋକଙ୍କୁ ଆଶ୍ୱସ୍ତ କରିପାରନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସମ୍ପ୍ରତି ଭାରତରେ ମୁଦ୍ରାସ୍ଫୀତି ଚିନ୍ତାଜନକ ସ୍ତରରେ ରହିଛି ।

ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୪ ମାସର ସର୍ବୋଚ୍ଚ ସ୍ତର ୫.୬୯% ଥିଲା । ଆର୍‌ବିଆଇ ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହା ତାହାର ଯଥେଷ୍ଟ ଉପରେ ରହିଛି । ତେଣୁ ଇନ୍ଧନ ଦରରେ ହ୍ରାସ କରାଗଲେ ଲୋକେ କିଛି ମାତ୍ରାରେ ଉପକୃତ ହେବେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ । ଏଭଳି ସ୍ଥିତିରେ ଦରବୃଦ୍ଧିଜନିତ ସମସ୍ୟା ଯେପରି ଏଥିରେ କୌଣସି କେଁ ନ ପଶାଏ ତାହା ଉପରେ ସରକାରଙ୍କ ନଜର ରହିବ ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking