ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନିର୍ବାଚନ ରଦ୍ଦ ପାଇଁ ଜଣେ ଭୋଟର୍ ହାଇକୋର୍ଟର ଦ୍ୱାରାସ୍ଥ ହୋଇଛନ୍ତି । କଂଗ୍ରେସ ପାର୍ଟିର ନିର୍ବାଚନ ଘୋଷଣାପତ୍ରକୁ ଆଧାର କରି ସେ ବରୁଣା ବିଧାନସଭା ଆସନରୁ ସିଦ୍ଧରମେୟାଙ୍କ ନିର୍ବାଚନ ରଦ୍ଦ ପାଇଁ ହାଇକୋର୍ଟରେ ପିଟିସନ୍ ଦାୟର କରିଛନ୍ତି । ହାଇକୋର୍ଟ ପିଟିସନ୍କୁ ଗ୍ରହଣ କରିବା ସହିତ ଜୁଲାଇ ୨୮ରେ ଏହା ଉପରେ ଶୁଣାଣି କରିବାକୁ କହିଛନ୍ତି ।