20.1 C
Bhubaneswar
Friday, November 22, 2024
Homeଦେଶ ବିଦେଶସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଟିସନ

ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ: ଆତିକ୍ ଓ ଅସ୍ରଫ୍ ହତ୍ୟାମାମଲାର ସିବିଆଇ ତଦନ୍ତ ଦାବିକରି ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କ ପକ୍ଷରୁ ସୋମବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି । ଉତ୍ତରପ୍ରଦେଶରେ ପୁଲିସର ମାତ୍ରାଧିକ କାର୍ଯ୍ୟ ଚାଲିଥିବା ଅଭିଯୋଗ କରି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ୍ସପର୍ଟ କମିଟି ଗଠନ କରିବାକୁ ପିଟିସନରେ ଉଲ୍ଲେଖ କରାଯାଇଛି । ଆତିକ୍ ଓ ଅସ୍ରଫ୍ ହତ୍ୟା ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ପର୍ଦ୍ଦାପଛରେ ଅନେକ ରହସ୍ୟ ଲୁଚି ରହିଛି ବୋଲି ଶ୍ରୀ ଠାକୁର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ସୁଚିନ୍ତିତଭାବେ ଏହି ହତ୍ୟାକାଣ୍ଡର ନକ୍ସା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି । ସିବିଆଇକୁ ତଦନ୍ତଭାର ଅର୍ପଣ କରାଗଲେ ପ୍ରକୃତ ସତ ଉନ୍ମୋଚିତ ହୋଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking