ନୂଆଦିଲ୍ଲୀ : ଭାରତୀୟଙ୍କ ରୋଜଗାର ଆଗାମୀ ୭ ବର୍ଷରେ ୭୦ ପ୍ରତିଶତ ବୃଦ୍ଧି ପାଇପାରେ। ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ୨୦୩୦ ବେଳକୁ ପ୍ରାୟ ୭୦% ବୃଦ୍ଧି ପାଇ ୪୦୦୦ ଆମେରିକୀୟ ଡଲାର ଅର୍ଥାତ୍ ବର୍ତ୍ତମାନ ଭାରତୀୟ ଟଙ୍କାରେ ୩୨,୯୧୨୨.୪୦ ଟଙ୍କା ହେବାର ସମ୍ଭାବନା ରହିଛି। ଆର୍ଥିକ ବର୍ଷ ୨୦୨୩ରେ ପ୍ରତ୍ୟେକ ଭାରତୀୟଙ୍କର ଆୟ ୨,୪୫୦ ଆମେରିକୀୟ ଡଲାର ଅର୍ଥାତ୍ ୨୦,୧୫୮୭.୪୭ ଟଙ୍କା ରହିଛି।
ଏହି ଆୟ ବଢିବା ସହିତ ୬ ଟ୍ରିଲିୟନ ଆମେରିକା ଡଲାର ଜିଡିପି ସହିତ ଏକ ମଧ୍ୟମ ଆୟ ଅର୍ଥବ୍ୟବସ୍ଥା ହେବାକୁ ଭାରତକୁ ସହାଯ୍ୟ ମିଳିବ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଗାମୀ କାର୍ଯ୍ୟକାଳ ସମୟରେ ଭାରତର ଅର୍ଥବ୍ୟବସ୍ଥା ୫ ଟ୍ରିଲିୟନ ଆମେରିକୀୟ ଡଲାର ହୋଇଯିବ। ଭାରତକୁ ଆମେରିକା ଏବଂ ଚୀନ୍ ପରେ ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବ। ବର୍ତ୍ତମାନ ଜାପାନ ତୃତୀୟ ସ୍ଥାନରେ ଥିବା ବେଳେ ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛି।
ଏହି ଅଭିବୃଦ୍ଧିରେ ସବୁଠୁ ଅଧିକ ଯୋଗଦାନ ବିଦେଶୀ ବ୍ୟାପାରରୁ ହେବ, ଯାହା ଅର୍ଥୀକ ବର୍ଷ ୨୦୨୩ରେ ୧.୨ ଟ୍ରିଲିୟନ ଆମେରିକୀୟ ଡଲାରରୁ ପ୍ରାୟ ଦୁଇଗୁଣା ବୃଦ୍ଧି ପାଇ ୨୦୩୦ ପର୍ଯ୍ୟନ୍ତ ୨.୧ ଟ୍ରିଲିୟନ ଆମେରିକୀୟ ଡଲାର ହୋଇପାରେ। ସେ ସମୟରେ ଭାରତର ଘରୋଇ ଉତ୍ପାଦନ ୩.୫ ଟ୍ରିଲିୟନ ଆମେରିକ ଡଲାର ହୋଇଥିବ। ଏହାବାଦ୍ ଘରୋଇ ଖୁଚୁରା ବଜାର ମଧ୍ୟ ମହତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିବ। ଆର୍ଥିକ ବର୍ଷ ୨୦୩୦ ପର୍ଯ୍ୟନ୍ତ ୩.୪ ଟ୍ରିଲିୟନ ଆମେରିକୀୟ ଡଲାରେ ପହଞ୍ଚିଯିବ, ବର୍ତ୍ତମାନ ଭାରତର ଜିଡିପି ଆକାରରେ ହେବ।