19.1 C
Bhubaneswar
Monday, November 25, 2024
HomeUncategorized୬୫୦ କି.ମି ଚାଲି ଚାଲି ଆସିଲେ ପ୍ରବାସୀ

୬୫୦ କି.ମି ଚାଲି ଚାଲି ଆସିଲେ ପ୍ରବାସୀ

ନୟାଗଡ଼ : ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରିବାକୁ ଅନୁମତି ଦେବା ପରେ ବିଭିନ୍ନ ବସ୍ ଓ ଟ୍ରେନ ଯୋଗେ ଜିଲ୍ଲାକୁ ଅନେକ ପ୍ରବାସୀ ଫେରୁଛନ୍ତି । ମାତ୍ର କୌଣସି ସୁବିଧା ପାଉନଥିବା କିଛି ପ୍ରବାସୀ ନିଜ ଉପାୟରେ ଚାଲି ଆସୁଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର କିଛି ପ୍ରବାସୀ ଶ୍ରମିକ ୬୫୦ କି.ମି ଚାଲି ଚାଲି ଆସିବା ପରେ ପ୍ରଶାସନ ଖବରପାଇ ସେମାନଙ୍କୁ ଆଣିବା ପାଇଁ ଗାଡ଼ି ପଠାଇଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ୧୪ ଜଣ ଏବଂ ନୟାଗଡ଼ର ଜଣେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲା ବିଜୟୱାଡା ନିକଟବର୍ତ୍ତୀ ବାପୁଲାପାଡ଼ୁଠାରେ ସୂତାକଳରେ କାମ କରୁଥିଲେ । ଲକଡାଉନ୍ ପାଇଁ ସେଠାରେ କାମ ବନ୍ଦ ହୋଇଯାଇଥିଲା । ଘରକୁ ଆସିବାକୁ ବାହାରିଥିଲେ ବି ଗାଡ଼ିମୋଟରର ସୁବିଧା ସେମାନେ ପାଇନଥିଲେ । ଫଳରେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିବା ଏହି ବ୍ୟକ୍ତିମାନେ ଚଳିତମାସ ୯ ତାରିଖରେ ଘରକୁ ଫେରିବା ପାଇଁ ବାହାରିଥିଲେ । ସେମାନେ ଦୀର୍ଘ ୫ ଦିନରେ ଚାଲିଚାଲି ୬୫୦ କିଲୋମିଟର ବାଟ ଅତିକ୍ରମ କରି ଆସିବା ପରେ ଆଜି ବ୍ରହ୍ମପୁର ନିକଟସ୍ଥ ଗୋଳମଥରା ଥାନାଠାରେ ପହଞ୍ଚିଥିଲେ । ସେଠାରୁ ଦଶପଲ୍ଲା ବ୍ଲକ୍ ମଧ୍ୟଖଣ୍ଡ ସରପଞ୍ଚ ଗଣେଶ୍ୱର ନାୟକଙ୍କୁ ଯୋଗାଯୋଗ କରିଥିଲେ । ସରପଞ୍ଚ ଏନେଇ ଦଶପଲ୍ଲା ବିଡିଓଙ୍କୁ ଜଣାଇବା ପରେ ବିଡିଓ ନୟାଗଡ଼ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏହି ପ୍ରବାସୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ସେଠାରେ ଅପେକ୍ଷା କରିବାକୁ କହିବା ସହ ସ୍ଥାନୀୟ ପୁଲିସକୁ ଦେଖାରଖା କରିବା ଦାୟିତ୍ୱ ଦେଇଥିଲେ । ପରେ ନୟାଗଡ଼ ଜିଲ୍ଲାରୁ ଏକ ସ୍ୱତନ୍ତ୍ର ଗାଡ଼ି ଏହି ପ୍ରବାସୀଙ୍କୁ ଫେରାଇ ଆଣିବାକୁ ପଠାଯାଇଥିବା ଜଣାପଡ଼ିଛି । ସେମାନେ ନୟାଗଡ଼ ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking