31.1 C
Bhubaneswar
Sunday, May 19, 2024
Homeଓଡିଶାଆଜି ଠାରୁ ପେନ୍‌ସନ୍ ଅଭିଯୋଗ ଗ୍ରହଣ, ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ୩୦ ଏପ୍ରିଲ

ଆଜି ଠାରୁ ପେନ୍‌ସନ୍ ଅଭିଯୋଗ ଗ୍ରହଣ, ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ୩୦ ଏପ୍ରିଲ

ଭୁବନେଶ୍ୱର : ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପେନ୍‌ସନ୍ ସମ୍ବନ୍ଧିତ ଅଭିଯୋଗର ତ୍ୱରିତ ବିଚାରପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପେନ୍‌ସନ୍ ଅଦାଲତର ବ୍ୟବସ୍ଥା କରିଛନ୍ତି । କୋଭିଡ଼୍ ନୀତିନିୟମ ପରିପ୍ରେକ୍ଷୀରେ ଏହି ଅଦାଲତ ଅନ୍‌ଲାଇନ୍ ଜରିଆରେ କରାଯିବ। ଏଥିପାଇଁ ଆଜି ଠାରୁ ୩୦ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ ଗ୍ରହଣ କରାଯିବ । ଜୁନ୍ ୩୦ତାରିଖ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି ।

ଶ୍ରୀ ଚୋପ୍ରା କହିଛନ୍ତି ଯେ,  ଅବସର ନେଇଥିବା କର୍ମଚାରୀମାନଙ୍କର ପେନ୍‌ସନ୍ ମଞ୍ଜୁରୀ ସମନ୍ୱିତ ଆର୍ôଥକ ପରିଚାଳନା (ଇଣ୍ଟିଗ୍ରେଟେଡ଼୍ ଫାଇନାନ୍‌ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌) ନାମକ ଅନ୍‌ଲାଇନ୍  ବ୍ୟବସ୍ଥା ଦ୍ୱାରା କରାଯାଉଛି । ଏହା ସତ୍ତ୍ୱେ ମଧ୍ୟ ଛୋଟ ଛୋଟ କାରଣ ପାଇଁ ବିଭିନ୍ନ ସ୍ତରରେ କେତେକ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀମାନଙ୍କର ପେନ୍‌ସନ୍ କାଗଜ ବିନା ମଞ୍ଜୁରୀରେ ପଡ଼ିରହିଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏସବୁର ଆଶୁ ସମାଧାନ କରି ତୁରନ୍ତ ପେନ୍‌ସନ୍ ମଞ୍ଜୁର କରିବା ନିମନ୍ତେ ଏହି ଅନ୍‌ଲାଇନ୍ ପେନ୍‌ସନ୍ ଅଦାଲତର ବ୍ୟବସ୍ଥା କରାଯାଇଛି । ଶ୍ରୀ ଚୋପ୍ରା ସ୍ପଷ୍ଟ କରିଥିଲେ ଯେ ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଫୌଜଦାରୀ, ଭିଜିଲାନ୍‌ସ୍  ବା ମେଜର ପେନାଲ୍‌ଟି ପ୍ରୋସିଡ଼ିଂ ନାହିଁ ସେମାନେ ଏହି ପେନ୍‌ସନ୍ ଅଦାଲତର ସୁଯୋଗ ନେଇପାରିବେ । ଦରଖାସ୍ତ ଏଚ୍‌ଆର୍‌ଏମ୍‌ଏସ୍ ପୋର୍ଟାଲ୍  ମାଧ୍ୟମରେ ଗ୍ରହଣ କରାଯିବ ।

ଏହି ଦରଖାସ୍ତର ପ୍ରାପ୍ତି ସ୍ୱୀକୃତିପତ୍ର ଅନ୍‌ଲାଇନ୍‌ରେ ଦରଖାସ୍ତକାରୀଙ୍କୁ ମିଳିବ । ସଂପୃକ୍ତ ପେନ୍‌ସନ୍ ମଞ୍ଜୁରକାରୀ କର୍ତ୍ତୃପକ୍ଷ ଚଳିତ ବର୍ଷ ଜୁନ୍ ୩୦ ତାରିଖ ମଧ୍ୟରେ ସମସ୍ତ ଦରଖାସ୍ତ ବିଷୟରେ ଚୁଡ଼ାନ୍ତ ନିଷ୍ପତ୍ତିନେବେ । ନିଷ୍ପତ୍ତି ବାବଦ ସୂଚନା ମଧ୍ୟ ଦରଖାସ୍ତକାରୀଙ୍କୁ ଇମେଲ୍‌, ଏସ୍‌ଏମ୍‌ଏସ୍ ବା ଅନ୍‌ଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯିବ । ଯେଉଁ ଦରଖାସ୍ତ ଗୁଡ଼ିକର ସମାଧାନ ପେନ୍‌ସନ୍ ମଞ୍ଜୁର କର୍ତ୍ତୁପକ୍ଷଙ୍କ ସ୍ତରରେ ହୋଇନପାରିବ ସେ ସେଗୁଡ଼ିକୁ ସଂପୃକ୍ତ ବିଭାଗଙ୍କୁ ପଠାଇ ଦିଆଯିବ । ପରବର୍ତ୍ତୀ ସମୟରେ ଏହି ଅସମାଧିତ ଦରଖାସ୍ତ ଗୁଡ଼ିକର ବିଚାରପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବଙ୍କ ସ୍ତରରେ ସ୍ୱତନ୍ତ୍ର ଅଦାଲତ ଅନୁଷ୍ଠିତ ହେବ ।  ଏହି ଅଦାଲତରେ ଶୁଣାଣି ତାରିଖ ଓ ନୋଟିସ୍ ଆଦି ମଧ୍ୟ ସଂପୃକ୍ତ କର୍ମଚାରୀଙ୍କୁ ଇମେଲ୍ ବା ଏସ୍‌ଏସ୍‌ଏସ୍ ମାଧ୍ୟମରେ ଜଣାଇ ଦିଆଯିବ । ପେନ୍‌ସନ ପାଇ ନଥିବା ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଏହି ବ୍ୟବସ୍ଥାର ସୁଯୋଗନେଇ ନିଜ ନିଜ ପେନ୍‌ସନ୍ ମଞ୍ଜୁରୀ କାର୍ଯ୍ୟ ଠିକ୍ ଭାବେ କରାଇନେବା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରା ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking