31.1 C
Bhubaneswar
Sunday, May 19, 2024
Homeଓଡିଶାକୋଭିଡ୍ ନିୟମକୁ ଖାତିର ନକରି ନେଉଛନ୍ତି ପିଡିଏସ୍ ଚାଉଳ

କୋଭିଡ୍ ନିୟମକୁ ଖାତିର ନକରି ନେଉଛନ୍ତି ପିଡିଏସ୍ ଚାଉଳ

ମାଲକାନଗିରି : କରୋନାର ଦ୍ୱିତୀୟ ଲହରୀ ଅତି ଭୟଙ୍କର ହେଇଥିବାରୁ ସରକାର ଲୋକଙ୍କୁ ସଚେତନ କରେଇବା ସହ ସାଧାରଣ ଲୋକେ ଯେପରି କରୋନାରେ ସଂକ୍ରମଣ ନ ହୁଅନ୍ତି ସେଥି ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି l ମାତ୍ର Covid ର କୌଣସି ନୀତି ନିୟମକୁ ମାନୁ ନାହାନ୍ତି କିଛି ଅମାନିଆ l ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ଠାରୁ ମାତ୍ର 10 କିମି ଦୂର ଗୌଡ଼ଗୁଡା ପଂଚାୟତର କାର୍ଯ୍ୟାଳୟ ଠାରେ l ସୂଚନା ଅନୁସାରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଲୋକଙ୍କୁ ପିଡିଏସ୍ ସାମଗ୍ରୀ ଦିୟାଯାଉଛିl ଏହି ସାମଗ୍ରୀ ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜମିଛି ଅମାନିଆଙ୍କ ପ୍ରବଳ ଭିଡ଼ l ସ୍ଥାନୀୟ ସରପଞ୍ଚ ଓ GRS ଲୋକଙ୍କୁ ପିଡିଏସ୍ ସାମଗ୍ରୀ ଦେବା ପୂର୍ବରୁ ସାମାଜିକ ଦୂରତା ରଖିବାକୁ ଅନୁରୋଧ କରିଥିଲେ l

ମାତ୍ର Pds ସାମଗ୍ରୀ ନେବା ଲୋଭରେ ଫୁ କରି ଦେଇଛନ୍ତି Covid ର ସବୁ ନୀତି ନିୟମକୁ l ନା ଅଛି ଏଠାରେ ଲୋକଙ୍କ ମୁହଁରେ ମାସ୍କ,ନା ଅଛି ସାମାଜିକ ଦୂରତା l ଲୋକଙ୍କୁ ସଂକ୍ରମଣ ବିଷୟରେ ସଚେତନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ଭାଇ ମାନଙ୍କ ଦ୍ଵାରା କରାଯାଇଛି ସଚେତନ ରଥ l ଏହି ରଥ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ Covid ସଂକ୍ରମଣ ବିଷୟରେ ଅବଗତ କରାଉଛି l ସେଠାରେ ପୁଣି ଏମିତି କାହିଁକି ? କାହିଁକି ମାନୁ ନାହାନ୍ତି ଅମାନିଆ ? ଯେଉଁଠାରେ ସମ୍ପୂର୍ଣ ବିଶ୍ୱ କରୋନା ସଂକ୍ରମଣକୁ ଭୟ କରୁଛି ସେଠାରେ ଏହି ଅମାନିଆଙ୍କୁ ସଂକ୍ରମଣର କୌଣସି ଭୟ କାହିଁକି ନାହିଁ ? ଏହିଭଳି ବିଭିନ୍ନ ପ୍ରଶ୍ନ ବର୍ତ୍ତମାନ ସ୍ଥାନୀୟରେ ଚର୍ଚ୍ଚାର ବିଷୟ ପାଲଟିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking